୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦ୍‌ଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ

add-all

ବାଲିଗୁଡା : ରାଷ୍ଟ୍ରରେ ନବ ନିର୍ମାଣ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଓ କୁର୍ତ୍ତମଗଡ଼ ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ୨୭ ତମ ବାର୍ଷିକ ଉତ୍ସବ ଏବଂ ରାଷ୍ଟ୍ର ଜାଗରଣ ନବ କୁଣ୍ଡିୟ ଗ୍ରାୟତ୍ରୀ ମହାଯଜ୍ଞ କାର୍ଯ୍ୟକ୍ରମ ଗାୟତ୍ରୀ ଶକ୍ତିପୀଠ ପରିସର ମଧ୍ୟରେ ତିନି ଦିନ ଧରି ଆୟୋଜନ ହେବା ପରେ ଯଥାରିତି ନୀତି ଅନୁଯାୟୀ ପୂର୍ଣ୍ଣାହୁତି ହୋଇଛି l ତିନି ଦିନ ଧରି ଆୟୋଜିତ ଏହି ମହାଯଜ୍ଞରେ ସାମୁହିକ ଜପ ,ଧ୍ୟାନ, ବ୍ୟାୟମ ,ପ୍ରଜ୍ଞାଯୋଗ ,ରୁଦ୍ରାଭିଷେକ ସହ ଗାୟତ୍ରୀ ନବ କୁଣ୍ଡୀୟ ମହାଯଜ୍ଞ ଓ ଧର୍ମ ଜାଗରଣ ସମନ୍ଵୟ ପକ୍ଷରୁ ବିଭିନ୍ନ ସଂସ୍କାର ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମଗ୍ର କନ୍ଧମାଳ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶତାଧିକ ମହିଳା ଓ ପୁରୁଷ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହୋଇ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରିଥିଲେ । ବୁଧବାର ଦିନ ସାନ୍ଧ୍ୟରେ ଘୃତଯଜ୍ଞ ପୂର୍ଣାହୁତୀ ହୋଇଥିଲା l ବାଲିଗୁଡାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନନ୍ତ ଚରଣ ପୃଷ୍ଟି ଙ୍କ ସମେତ ବହୁ ଭକ୍ତ ଯୋଗ ଦେଇଥିବା ବେଳେ କୁର୍ତ୍ତମଗଡ଼ ମହାଯଜ୍ଞ କାର୍ଯ୍ୟକ୍ରମରେ ଧର୍ମ ଜାଗରଣ ସମନ୍ଵୟ ଓଡିଶା ପୂର୍ବ ପ୍ରାନ୍ତ ପ୍ରମୁଖ ଆଲୋକ କୁମାର ଖଟୁଆ, ଜିଲ୍ଲା ଧର୍ମ ଜାଗରଣ ସମନ୍ଵୟ ର ଟୋଲି ପ୍ରମୁଖ ଅନ୍ତର୍ଯ୍ୟାମୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।ଏହା ସହ ଗାୟତ୍ରୀ ପରିବାରର ପରିବ୍ରାଜକ ଅଶୋକ ପେଣ୍ଠୋଇ, ପଣ୍ଡିତ ବିରୁପାକ୍ଷ ଦାସ , ଜିଲ୍ଲା ଯୁବ ସଂଯୋଜକ ନବୀନ ପାତ୍ର, ଗୋପାଳ ପଟ୍ଟନାୟକ , ନିବେଦିତା ନାୟକ ,ଗୀତାଞ୍ଜଳି ମହାନ୍ତି ,ଗୌତମ ମାଝି ,ଆନନ୍ଦ ଦଣ୍ଡ ସେନା ,ଜଗନ୍ନାଥ ବେହେରା, ବିରେନ୍ଦ୍ର ପାଟମାଝି ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ପ୍ରତିଦିନ ସନ୍ଧ୍ୟା ସମୟରେ କୁର୍ତ୍ତମଗଡ଼ ସ୍ଥିତ ଯଜ୍ଞେଶ୍ଵର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରୀମଦ ଭାଗବତ କଥା ସପ୍ତାହ ସହ ଦୀପ ଦାନ ଯଜ୍ଞ ଓ ଶ୍ରୀମଦ ଭାଗବତ କଥା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ad-week
Leave A Reply

Your email address will not be published.