ଗଣମାଧ୍ୟମ ପ୍ରତିନିଧି ଙ୍କୁ ବ୍ଲକ ମନା ପ୍ରସ୍ତାବକୁ ଚିକିଟୀ ପ୍ରେସକ୍ଳବର ଘୋର ନିନ୍ଦା

add-all

ଚିକିଟୀ : ଏହି ବ୍ଲକ ଚିକିଟୀ ପ୍ରେସ କ୍ଳବ କାର୍ଯାଳୟ ଠାରେ ଏକ ନିନ୍ଦା ପ୍ରସ୍ତାବ ବୈଠକ ଅନୁଷ୍ଠିତ ହୋଇଯାଇଚ୍ଛି l ପ୍ରକାଶ ଯୋଗ୍ୟ ଯେ ସାନଖେମୁଣ୍ଡି ବିଡ଼ିଓ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ବ୍ଲକ ପରିସର କୁ ବାରଣ କରିବା ସକାଶେ ଲିଖିତ ବ୍ୟାନର ଟାଙ୍ଗି ଥିଲେ l ଦିନକୁ ଦିନ ରାଜ୍ୟରେ ଗଣ ମାଧ୍ୟମର କଣ୍ଠରୋଧ କରିବା ସକାଶେ ସମସ୍ତ ଅଧିକାରୀ ଓ ରାଜନେତା ନିଜ ନିଜର ଅନେକ ବାହାନା କରିଆସୁଥିବା ବେଳେ ସାନଖେମୁଣ୍ଡି ବିଡିଓ ସ୍ୱଷ୍ଟ ଲେଖିଥବା କଥା ଭାରତର ସମ୍ବିଧାନ ପ୍ରତି ବିପଦ ଆଣୁଥିବା ସ୍ୱଷ୍ଟ ହେଉଛି l ସେଭଳି ଘଟଣା କୁ କେନ୍ଦ୍ର କରି ସମସ୍ତ ସାମ୍ବାଦିକ ସଙ୍ଘ ବିରୋଧ କରି ଆସୁଛି l ଇତି ମଧ୍ୟରେ କିଛି ସମ୍ବାଦିକ ସଙ୍ଘର କର୍ମକର୍ତ୍ତା ରାଜସ୍ବ ମନ୍ତ୍ରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଆସିଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ଘଟଣା ଧୀରେ ଧୀରେ ଉଗ୍ର ରୂପ ଧାରଣ କରିଆସୁଅଛି l ଯଦି ଉକ୍ତ ଘଟଣା ବିଷୟରେ ଯଦି କାର୍ଯ୍ୟରତ ବିଡ଼ିଓ ନିଜର ଆଭିମୁଖ୍ୟ ନବଦଳାନ୍ତି ତେବେ ଓଡ଼ିଶାର ସମସ୍ତ ସାମ୍ବାଦିକ ସଙ୍ଘ ରାଜ ରାସ୍ତାକୁ ଆସି ନିଜର ଦାବି ରଖିବେ l ଏହି ବିଷୟ କୁ ନେଇ ଚିକିଟୀ ପ୍ରେସକ୍ଳବ ର ସଭାପତି ସୁରେନ୍ଦ୍ର ନାଥ ପଣ୍ଡାଙ୍କ ଅଧକ୍ଷତା ରେ ଏକ ନିନ୍ଦା ପ୍ରସ୍ତାବ ବୈଠକ ଅନୁଷ୍ଠିତ ହୋଇ ଯାଇଥିବା ବେଳେ, ଏହିଥିରେ ସମ୍ପାଦକ ତ୍ରିପତି ସାହୁ, ଉପଦେଷ୍ଟା ନଳିନୀକାନ୍ତ ପଟ୍ଟନାୟକ, କୋଷାଧକ୍ଷ ଅକ୍ଷୟ କୁମାର ସାହୁ ଙ୍କ ସହ ହରିଶ୍ଚନ୍ଦ୍ର ସେଠି, ସନ୍ତୋଷ ମହାପାତ୍ର, ରବୀନ୍ଦ୍ର ବlଡତ୍ୟା, ଈଶ୍ୱର ମହାରଣା, ଅରୁଣ ଉଦୟ ସାହୁ ପ୍ରମୁଖ ଯୋଗ ଦାନ କରିଥିଲେ l

ad-week
Leave A Reply

Your email address will not be published.