କୁକୁଡାଖଣ୍ଡି ବ୍ଲକସ୍ତରୀୟ “ଜାତୀୟ ବାଳିକା ଦିବସ” ପାଳନ ମହୋତ୍ସବ

add-all

ପ୍ରବନ୍ଧ ଚିତ୍ରାଙ୍କନ ସ୍ଲୋଗାନ ପ୍ରତିଯୋଗିତା (ବରିଷ୍ଠ ଓ କନିଷ୍ଠ) ଷଷ୍ଠ ଠାରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ

କୁକୁଡାଖଣ୍ଡି : ୨୨ ତାରିଖ ବୁଧବାର ପୂର୍ବାହ୍ନ ଘ ୧୦.୦୦ ମି ଠାରୁ ଅପରାହ୍ନ ଘ୍୪.୦୦ ମି ସମୟ ମଧ୍ୟେ “ଜାତୀୟ ବାଳିକା ଦିବସ” ଉଦ୍ଘାଟନୀ ଉତ୍ସବ ଏବଂ ପ୍ରବନ୍ଧ, ଚିତ୍ରାଙ୍କନ, ସ୍ଲୋଗାନ (ବରିଷ୍ଠ ଓ କନିଷ୍ଠ) ପ୍ରତି ବିଭାଗର ବାଳିକା ମାନଙ୍କ ପ୍ରତିଭା ପ୍ରତିଯୋଗୀତା ତଥା ଉଦଯାପନୀ ଉତ୍ସବ କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଲାଞ୍ଜିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟେ ଅନୁଷ୍ଠିତ ହୋଇଅଛି, ବ୍ଲକ୍ ସ୍ତରୀୟ “ଜାତୀୟ ବାଳିକା ଦିବସ” ଉଦଘାଟନୀ ଓ ଉଦଯାପନୀ ଉତ୍ସବରେ କୁକୁଡ଼ାଖଣ୍ଡି ବ୍ଲକ୍ ର ସହ ଶିକ୍ଷା ଅଧିକାରୀ ତଥା ବି.ଆର୍.ସି.ସି ଶ୍ରୀଯୁକ୍ତ ବସନ୍ତ କୁମାର ସେଠୀ, ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ ସେବା ସମବାୟ ସମିତି ସଭାପତି କାହ୍ନୁ ଚରଣ ପାତ୍ର,ସରପଞ୍ଚ ଅନିଲ କୁମାର ଗୌଡ଼, ଦକ୍ଷିଣପୁର କ୍ଲଷ୍ଟର ସି.ଆର୍.ସି.ସି ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ପଟ୍ଟନାୟକ, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନମିତା କୁମାରୀ ମହାରଣା, ବିଦ୍ୟାଳୟ ଏସ୍.ଏମ୍.ସି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାମୋଦର ପୂଜାରୀ, ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, ବ୍ଲକର ଗାଇଡ୍ ଶିକ୍ଷକ/ଶିକ୍ଷୟତ୍ରୀ ତଥା ଦାଇତ୍ୱ ରତ ବିଚାରକ ମଣ୍ଡଳୀ, ପ୍ରତିଯୋଗୀ ଛାତ୍ରୀଗଣ ଆଜିକାର “ଜାତୀୟ ବାଳିକା ଦିବସ” ପାଳନ ଉତ୍ସବ ଅବସରରେ ସଭିଁଏ ଯୋଗଦାନ ପୂର୍ବକ ସହଯୋଗ କରି ଉତ୍ସବଟିକୁ ସଫଳ କରିଥିଲେ ଏବଂ ତତ୍ ସହ ପ୍ରତି ବିଭାଗ ଓ ପ୍ରତି ପ୍ରତିଯୋଗିତାରେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ରଖିଥିବା କୃତି ପ୍ରତିଯୋଗୀଙ୍କୁ ପ୍ରଶଂସା ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଛି।

ad-week
Leave A Reply

Your email address will not be published.