ନୟାଗଡ଼ ଜିଲ୍ଲା ବିଜେପି ସଭାପତି ଘୋଷଣା କୁ ନେଇ ଦ୍ଵନ୍ଦ..!

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା ବିଜେପି ସଭାପତି କିଏ ହେବ ସେଥିପାଇଁ ଆରମ୍ଭ ହୋଇଛି କସରତ । ଜିଲ୍ଲା ବିଜେପି ସଭାପତି ପଦ ପାଇଁ ୩ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ଏହି ପଦବୀ ପାଇଁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସଦସ୍ୟ ତଥା ଯୁବ ଓ କୃଷକ ନେତା ସନ୍ତୋଷ ପ୍ରଧାନ ନାମାଙ୍କନ ଦାଖଲ କରିଥିବା ବେଳେ ଅନ୍ୟ ଆଶାୟୀ ଭାବେ ରାଜ୍ୟ ବିଜେପି ର ଜଣେ ଦୃଢ଼ ସଂଗଠକ ତଥା ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପୂର୍ବତନ ପ୍ରଭାରୀ ଅଶୋକ ମିଶ୍ର ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି ।ସେହିପରି ପୂର୍ବତନ କନ୍ଧମାଳ ସାଂସଦ ତଥା ଗତ ନିର୍ବାଚନରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ରୁ ବିଜେପି ପାଇଁ ପ୍ରାର୍ଥୀନୀ ହୋଇଥିବା ଶ୍ରୀମତୀ ପ୍ରତ୍ୟୁଷା ରଜେଶ୍ଵରି ସିଂହ ମଧ୍ୟ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବାରୁ ଜିଲ୍ଲାର ରାଜନୈତିକ ପରିବେଶ ସରଗରମ ହୋଇଛି । ଜିଲ୍ଲା ସଭାପତି ନାମ ଘୋଷଣା କୁ ନେଇ ଯେତିକି ସମୟ ଗଡିଚାଲୁଛି ଜିଲ୍ଲାର ବିଜେପି କର୍ମୀ ଓ ନେତାଙ୍କ ମଧ୍ୟରେ ଦ୍ଵନ୍ଦ ସୃଷ୍ଟି ହେଉଛି । ବିଜେପି ର ମୂଳ କର୍ମୀ ତଥା ଅନ୍ୟ ଦଳରୁ ଆସିଥିବା ଆସିଥିବା କର୍ମୀ ମାନଙ୍କ ମଧ୍ୟରେ ନାନା ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳୁଛି । ଅନ୍ୟ ଦଳରୁ ଆସିଥିବା କର୍ମୀ ମାନେ ନୟାଗଡ଼ରେ ଚାନ୍ଦା ଆଦାୟ କରିବା ସହିତ ବିଭିନ୍ନ ସରକାରୀ କର୍ମଚାରୀ ଙ୍କୁ ଧମକ ଦେଉଛନ୍ତି । ଏପରି ପରିସ୍ଥିତିରେ ଜିଲ୍ଲା ସଭାପତି କିଏ ହେବ ଏବଂ ସଭାପତିଙ୍କୁ ଅନ୍ୟ ମାନେ ଗୁରୁତ୍ବ ର ସହ ସମର୍ଥନ କରିବେ କି ନାହିଁ ତଥା ଜିଲ୍ଲାରେ ବିଜେପି ର ସ୍ଥିତି କଣ ହେବ ତାହା ଦେଖିବାକୁ ବାକିରହିଲା ।

ad-week
Leave A Reply

Your email address will not be published.