ରାଜଧାନୀରେ ପୁଣି ଏଟିଏମ୍ ଲୁଟ୍‌ : ଟଙ୍କା ସହ ତାଡ଼ି ନେଲେ ମେସିନ୍

add-all

ଭୁବନେଶ୍ବର: ଟଙ୍କା ସହ ତାଡ଼ି ନେଇଗଲେ ଏଟିଏମ୍। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଶ୍ରୀରାମନଗର ସ୍ଥିତ ଏସବିଆଇ ଏଟିଏମ୍‌ ତାଡ଼ି ନେଲେ ଦୁର୍ବୃତ୍ତ। ଏଟିଏମ ମେସିନ୍ ତାଡି ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ ହୋଇଥିବା ସୂଚନା । ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୋଲିସର ଛାନବିନ ଆରମ୍ଭ କରିଛି । ସିସିଟିଭି ଆଧାରରେ ଛାନଭିନ କରୁଛି ପୋଲିସ ।

ସୂଚନା ଅନୁସାରେ ଗୁରୁବାର ରାତିରେ ଏହି ଘଟଣା ଘଟିଛି। କେବଳ ଟଙ୍କା ଲୁଟ୍ କରିଛନ୍ତି ତାହା ନୁହେଁ, ବରଂ ଟଙ୍କା ସହ ପୁରା ମେସିନକୁ ତାଡ଼ି ନେଇଛନ୍ତି ଦୁର୍ବୃତ୍ତ। ସକାଳୁ ସକାଳୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଛି।

ପୂର୍ବରୁ ଲିଙ୍ଗରାଜ ଥାନା ଅନ୍ତର୍ଗତ ହାଟସାହି ଛକରୁ ମଧ୍ୟ ସମାନ ଢଙ୍ଗରେ ଲୁଟ ହୋଇଥିଲା । ତାର କିଛିଦିନ ପୂର୍ବରୁ ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁରରୁ ମଧ୍ୟ ଲୁଟ ହୋଇଥିଲା । ବାରମ୍ବାର କମିଶନରେଟ ପୋଲିସ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ସିକ୍ୟୁରୀଟି ଗାର୍ଡ ନିୟୋଜିତ କରିବା ପାଇଁ ଆଲୋଚନା କରୁଥିଲେ ସୁଧା ଖାମଖିଆଲି ମନୋଭାବ ପାଇଁ ଏଭଳି ଘଟଣାର ପୁନରାବୃତ୍ତି ହେଉଥିବା ଅଭିଯୋଗ ହୋଇଛି । ତେବେ ସାମନ୍ତରାପୁର ଗଙ୍ଗୁଆ ନାଳରୁ ଉଦ୍ଧାର ହୋଇଛି ଏଟିଏମ୍ ମେସିନ । ଏୟାରଫିଲଡ ଥାନା ଶ୍ରୀରାମନଗରରୁ ଏଟିଏମ୍ ଲୁଟ୍ ହୋଇଛି।

ସୂଚନା ଯୋଗ୍ୟ ଗତକିଛି ଦିନ ହେବ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟରେ ଜାତୀୟ ରାତପଥ-୫୫ ପାଖରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ହୋଇଥିଲା। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍‌କୁ ତାଡି ଟଙ୍କା ବାହାର କରିଦେଇଥିଲେ। ଆଉ ପ୍ରମାଣ ନଷ୍ଟ କରିବାରୁ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା, ହାର୍ଡଡିସ୍କକୁ ଭାଙ୍ଗି ସାଂଗରେ ନେଇଯାଇଥିଲେ। ତେବେ ପୋଲିସକୁ ଚକ୍‌ମା ଦେଇ ଲୁଟେରା ଖସି ଯିବାକୁ ସକ୍ଷମ ହୋଇଥିଲେ ।

ad-week
Leave A Reply

Your email address will not be published.