ଦିନ ମଜୁରିଆଙ୍କ ଉପରେ ୧.୯୬ କୋଟି ଟଙ୍କାର ଟ୍ୟାକ୍ସ ଲଗାଇଲା ଜିଏସଟି ବିଭାଗ

add-all

ନୂଆଦିଲ୍ଲୀ: ଜଣେ ଦିନ ମଜୁରିଆଙ୍କ ଉପରେ ୧କୋଟି ୯୬ଲକ୍ଷ ଟଙ୍କାର ଟ୍ୟାକ୍ସ ଲଗାଇଛି ଜିଏସଟି ବିଭାଗ। ଯାହାର ରୋଜଗାର ମାସକୁ ମାତ୍ର ୧୬ ହଜାର ଟଙ୍କା ତାଙ୍କୁ ନିକଟକୁ ପୁଣି ଆସିଛି ପାଖାପାଖି ୨କୋଟିର ଇନକମ୍ ଟ୍ୟାକ୍ସ ନୋଟିସ୍। ଏହା କିପରି ସମ୍ଭବ ?  ଗୁଜରାଟର ପାଟଣା ଜିଲ୍ଲାରୁ ଆସିଛି ଏପରି ଅଶ୍ଚର୍ଯ୍ୟ କଲାଭଳି ଘଟଣା । ଗୃହ ବିଭାଗରେ ଅଭିଯୋଗ କରିବା ପରେ ସାମନାକୁ ଆସିଛି ପୂରା ମାମଲା।

ଗୁଜୁରାଟର ପାଟଣା ଜିଲ୍ଲାର ସୁନୀଲ ନାମକ ଏକ ବ୍ୟକ୍ତି ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି। ମାସକୁ ରୋଜଗାର କହିଲେ ମାତ୍ର ୧୬ହଜାର ଟଙ୍କା। କିନ୍ତୁ ଏବେ ତାଙ୍କ ଉପରେ ୧.୯୬ କୋଟି ଟଙ୍କାର ଟ୍ୟାକ୍ସ ଲଗାଇଛି ବେଙ୍ଗାଲୁରୁ ଜିଏସଟି ବିଭାଗ ? ଜିଏସ୍‌ଟି ବିଭାଗର ଏହି ନୋଟିସ୍ ପାଇବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଦତଳୁ ମାଟି ଖସିଯାଇଥିଲା । 

ଏହି ନୋଟିସ୍ ସମ୍ପର୍କରେ ଓକିଲଙ୍କ ସହ ଯୋଗାଯୋଗ କରିଥିଲେ। ଓକିଲ ଅନଲାଇନରେ GST ନମ୍ବର ଯାଞ୍ଚ କରିଥିଲେ। ଜଣାପଡିଥିଲା ସୁନୀଲ ସାଥୱାରାଙ୍କ ନାମରେ ୧୧ଟି କମ୍ପାନୀ ଚାଲୁଛି।, ଯାହା ଦେଶର ବିଭିନ୍ନ ରାଜ୍ୟରେ ଅଛି। ଏହି କମ୍ପାନୀଗୁଡ଼ିକ ଉତ୍ତର ପ୍ରଦେଶର ଅଯୋଧ୍ୟା, ଆଲିଗଡ଼ ସମେତ ଅରୁଣାଚଳ ପ୍ରଦେଶ, ମଣିପୁର, ତ୍ରିପୁରା, ମହାରାଷ୍ଟ୍ରର ନାଗପୁର, କର୍ଣ୍ଣାଟକ, ତାମିଲନାଡୁ ଭଳି ରାଜ୍ୟରେ ଚାଲୁଛି।

ତଦନ୍ତ ସମୟରେ ଜଣାପଡିଥିଲା ଯେ ସୁନୀଲଙ୍କ ନାମରେ ନକଲି ଆଧାର କାର୍ଡ ଏବଂ ପାନ କାର୍ଡ ବ୍ୟବହାର କରାଯାଇଥିଲା। ସୁନୀଲଙ୍କ ନାମରେ ଏତେ ସଂଖ୍ୟକ କମ୍ପାନୀ କିପରି ଏବଂ କିଏ ସୃଷ୍ଟି କଲା ? ଏହି କମ୍ପାନୀଗୁଡ଼ିକ ପ୍ରକୃତରେ ଚାଲୁଛି ନା କେବଳ ନାମକୁ ମାତ୍ର ରହିଛି ତାହା ତଦନ୍ତର ବିଷୟ। ସୁନୀଲ ଏବଂ ତାଙ୍କ ପରିବାର ଏହି ସମ୍ପୂର୍ଣ୍ଣ ମାମଲାରେ ଗୃହ ବିଭାଗ ଏବଂ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିବା ପରେ ପୂରା ମାମଲା ସାମନାକୁ ଆସିଛି।

ad-week
Leave A Reply

Your email address will not be published.