ପୂଜ୍ୟପୂଜା ସମିତି ପକ୍ଷରୁ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ

ବ୍ରହ୍ମପୁର : ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଅପରାହ୍ନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଓ ବୀର ସୁରେନ୍ଦ୍ର ସାଏଙ୍କ ୨୧୬ତମ ଜୟନ୍ତୀ ପାଳନ ହୋଇଯାଇଛି l ଏଥି ଅବସରରେ ଉଭୟ ବୀର ଯୋଦ୍ଧାଙ୍କ ଫୋଟଚିତ୍ରରେ ଯଥା ମର୍ଯ୍ୟାଦାର ସହ ମାଲ୍ୟାର୍ପଣ କରିବା ପରେ ସମିତି ସମ୍ପାଦକ ଏସ.ସାମ୍ବଶିବା ରାଓଙ୍କ ଅଧ୍ୟକ୍ଷତାରେ ତାଙ୍କ ସଂଗ୍ରାମମୟ ଜୀବନୀ ଓ ସାମ୍ପ୍ରତିକ ପରିସ୍ଥିତିରେ ଆମର ଭୂମିକା ସମ୍ପର୍କରେ ଆଲୋଚନା ଅନୁଷ୍ଠିତ ହୋଇଥିଲା l ନେତାଜୀଙ୍କର ଦୁଇଟି ସ୍ଲୋଗାନ ଥିଲା ପ୍ରେରଣା ଦାୟକ l ଗୋଟିଏ ‘ମୋତେ ରକ୍ତ ଦିଅ -ମୁଁ ତୁମକୁ ସ୍ୱାଧୀନତା ଦେବି ” ଓ ଦ୍ୱିତୀୟ ଟି ହେଲା ‘ ଦିଲ୍ଲୀ ଚଲୋ ” l ସମାଜବାଦକୁ ନେତାଜୀ ନିଜ ଆଦର୍ଶ ଭାବେ ବିଚାର କରୁଥିଲେ l ଭାରତର ମୂଳ ସମସ୍ୟା ଦାରିଦ୍ର ଓ ଜାତି -ଧର୍ମ ବିଦ୍ବେଷ ବୋଲି ସେ କହୁଥିଲେ l ନେତାଜୀ ମୁକ୍ତିଯୁଦ୍ଧ ପାଇଁ ଯୋଜନା କରିବା ସହ ପ୍ରତ୍ୟେକ ଭାରତୀୟଙ୍କ ଅର୍ଥନୈତିକ ଓ ସାମାଜିକ ସ୍ୱାଧୀନତା ବିନା ଦେଶର କେବଳ ରାଜନୈତିକ ସ୍ୱାଧୀନତାର ମୂଲ୍ୟ କିଛି ନୁହଁ ବୋଲି ସେ ବିଚାର କରୁଥିଲେ l ଦେଶର କୃଷି, ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଭାଇଚାରା ସମ୍ପର୍କରେ ସେ ଅଧିକ ଗୁରୁତ୍ୱ ଦେଇଥିଲେ l ସେହିଭଳି ବୀର ସୁରେନ୍ଦ୍ର ସାଏ ଜଣେ ନିର୍ଭିକ ଦେଶପ୍ରେମୀ ଥିଲେ l ତାଙ୍କର ରଣ ହୁଙ୍କାର ଇଂରେଜ ମାନଙ୍କ ମନରେ ଛନକା ଭରି ଦେଇଥିଲା l ଜୀବନସାରା ବ୍ରିଟିଶ ସରକାରର ଚକ୍ରାନ୍ତରେ ଶିକାର ହୋଇ ନିଜ ରାଜ୍ୟର ସୁରକ୍ଷା ପାଇଁ ସେ ଅଦମ୍ୟ ସାହାସିକତାର ସହ ଲଢେଇ କରିଥିଲେ l ପ୍ରତିଥର ସେ ବ୍ରିଟିଶ ସରକାରକୁ ଚକମା ଦେଇ ଜେଲରୁ ଖସି ଆସିବାରେ ସକ୍ଷମ ହୋଇଥିଲେ l ସେଥିପାଇଁ ସେ ଜଣେ ବୀର ପୁରୁଷ ଭାବେ ଅମର ହୋଇ ରହିଯାଇଛନ୍ତି l ଆଜିର ପରିସ୍ଥିତିରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ ନିହାତି ଭାବେ ଛାତ୍ର ଯୁବ ସମାଜରେ ଆଲୋଚିତ ହେବା ଆବଶ୍ୟକ ବୋଲି ଉପସ୍ଥିତ ବକ୍ତା ମାନେ ମତବ୍ୟକ୍ତ କରିଥିଲେ l ଆଜିର ବୈଠକରେ ଶିକ୍ଷକ ସଂଗଠନ ନେତା ବିଜୟ କୁମାର ବେହେରା, ବିଜୟ କୁମାର ପାଢ଼ୀ, ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସମାଜସେବୀ ସାଲ୍ଲା କେଶବ ଲିଙ୍ଗମ, କାହ୍ନୁ ଚରଣ ପାତ୍ର, ସନ୍ତୋଷ କୁମାର ପାତ୍ର, ପ୍ରଫୁଲ୍ଲ କୁମାର ଜେନା, ସିପିଆଇ ଯୁବନେତା କାମଦେବ ନାହାକ,ଅଶୋକ ଦଳାଇ, ଅବନୀ ଗୟା ପ୍ରମୁଖ ମତାମତ ପ୍ରଦାନ କରିଥିଲେ l

ad-week
Leave A Reply

Your email address will not be published.