‘ନବୀନଙ୍କ ସ୍ବପ୍ନ ପୂରଣ କରିବେ ଯୁବ ପିଢି’

add-all

ଭୁବନେଶ୍ବର: ‘ଦଳକୁ ଯୁବ ପିଢି ହିଁ ଆଗେଇ ନେବେ, ନବୀନଙ୍କ ସ୍ବପ୍ନ ପୂରଣ ପାଇଁ ମଙ୍ଗ ଧରିବେ ଯୁବ ବିଜେଡି ନେତା ।’ ଆଜି ନିଜ ଘରେ ଯୁବ ବିଜେଡି ନେତାଙ୍କ ମେଳିକୁ ନେଇ କିଛି ଏପରି ମନ୍ତବ୍ୟ ରଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ପୁଣି ବିଜେଡି, ଯୁବ ନେତାଙ୍କ କାନ୍ଧରେ ଶକ୍ତ ହେବ ବୋଲି ଦୃଢୋକ୍ତି କରିଛନ୍ତି ଦେବାଶିଷ ।

ତେବେ ଏବେ ବିଜେଡି ଦଳ ଭୁଶୁଡିବା ନେଇ ଚାରିଆଡେ ଚର୍ଚ୍ଚା ରହିଥିବା ବେଳେ, ଆଜି ଦେବାଶିଷ ସାମନ୍ତରାୟଙ୍କ ଘରେ ଦେଖିବାକୁ ମିଳିଥିଲା ଯୁବ ବିଜେଡି  ନେତାଙ୍କ ମେଳି । ତାଙ୍କ କଟକ ଘରେ ଯୁବ ବିଜେଡି ନେତାଙ୍କ ମେଳି ନେଇ ଦେବାଶିଷ କହିଛନ୍ତି, ଦଳକୁ ଯୁବ ପିଢ଼ି ହିଁ ଆଗେଇ ନେବେ । ଏହିମାନଙ୍କ ଉପରେ ଦଳ ନିର୍ଭର କରିବା କଥା । ଏହି ପିଢ଼ି ଦଳକୁ ଟେକ୍‌ ଓଭର କଲେ ବିଜେଡି ଆଗକୁ ଆଗେଇବ । ନବୀନଙ୍କ ସ୍ବପ୍ନ ସାକାର ପାଇଁ ଏମାନେ ହିଁ ମଙ୍ଗ ଧରିବେ । କାଲି ଦଳକୁ ଆସି ସର୍ବେସର୍ବା ହୋଇଯିବ ବୋଲି ଭାବିବା ଠିକ୍‌ ନୁହେଁ । ଯୁବକମାନେ ନିଜ ଆଡୁ ଆଗକୁ ଆଗେଇ ଆସିବା କଥା, ଦାୟିତ୍ବ ନେବା କଥା । ଆଉ ଆଗାମୀ ପିଢ଼ି ସାମ୍ନାକୁ ଆସିବ, ଦଳକୁ ମଜବୁତ୍ କରିବେ, କେହି ଅଟକାଇ ପାରିବେନି ବୋଲି କହିଛନ୍ତି ଦେବାଶିଷ ।

ad-week
Leave A Reply

Your email address will not be published.