କେନ୍ଦ୍ରୀୟ ବିଦ୍ୟାଳୟ ରେ ଜେଜେ ମା ଜେଜେ ବାପା ଦିବସ ପାଳିତ…

add-all


ହିଞ୍ଜିଳିକାଟୁ ୨୫!୧ ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଶନିବାର ଜେଜେବାପା ମାଁ ଦୀବସ ବିଦ୍ୟାଳୟ ର ଅଧ୍ୟକ୍ଷ ରଞ୍ଜନ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବର୍ତ୍ତମାନର ଟେକ୍ନୋଲୋଜି ଯୁଗରେ ପିଲା ମାନେ ପାଠ ପଢା ପରେ କମ୍ପ୍ୟୁଟର ଗେମ, ଭିଡିଓ ଗେମ ଓ ମୋବାଇଲରେ ବେଶୀ ସମୟ ଅତିବାହିତ କରୁଛନ୍ତି। ପିଲାଙ୍କ ପାଠ ପଢିବା ସହ ପରିବାର ସହିତ ଅତିବାହିତ କରିବା ସେତିକି ନିତ୍ୟାନ୍ତ ଆବଶ୍ୟକ |ପରିବାରର ବାପା ମାଁ ବ୍ୟତୀତ ଜେଜେବାପା ଓ ଜେଜେ ମାଁଙ୍କଠାରୁ ପିଲାମାନେ ଅନେକ କିଛି ଶିକ୍ଷା ପାଇଥାନ୍ତି।ଯେଉଁ ଶିଶୁ ଯେତେ ଅଧିକ ସମୟ ଜେଜେମାଆ ତଥା ଜେଜେବାପାଙ୍କ ପାଖରେ ରହେ, ତାହାର ଭବିଷ୍ୟତ ସେତେ ଅଧୂକ ସଫଳ ଶୃଙ୍ଖଳିତ ଓ ବ୍ୟବସ୍ଥିତ ହେଉଥ‌ିବା ଅତିଥି ବୃନ୍ଦ ମତ ପୋଷଣ କରିଛନ୍ତି।ଏହି ଦୃଷ୍ଟିରୁ ଜେଜେମା ଜେଜେ ବାପା ଦିବସ ପାଳନ ଅବସରରେ ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ରମେଶ ଚନ୍ଦ୍ର ଚୌଧୁରୀ ଯୋଗ

ଦେଇଥିବା ବେଳେ ଶିକ୍ଷକ ଦୀପକ କୁମାର ପାଢୀ ପରିଚାଳନା କରିଥିଲେ I ଭାରତୀୟ ସଂସ୍କୃତି ଭୁଲିଯାଇ ପାଶ୍ଚାତ୍ୟ ସଂସ୍କୃତି ଆପଣାଇ ଅନ୍ୟମାନଙ୍କ ସହ ସମ୍ପର୍କ ଛିନ୍ନ ସହ ଜେଜେ ମା ଜେଜେ ବାପା ଓ ନାତି ନାତୁଣିଙ୍କ ମଧ୍ୟରେ ସମ୍ପର୍କ ଓ ତାହାର ମହତ୍ବ ବିଷୟରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ଜେଜେବାପା ମାଁ ଓ ଅଜା ଆଇ ଉପସ୍ଥିତ ଥିଲେ।ପରେ ଛୋଟ ଛୋଟ ଶିଶୁଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.