ବ୍ରହ୍ମପୁର ଠାରେ ୧୫ତମ ଜାତୀୟ ମତଦାତା ଦିବସ ସମାରୋହ ପାଳନ….

add-all

ବ୍ରହ୍ମପୁର ତା ୨୫.୦୧.୨୦୨୫- ବ୍ରହ୍ମପୁର,ଟାଉନ ହଲ ଠାରେ ଜାତୀୟ ମତଦାତା ସଚେତନତା ପାଇଁ ଏକ ରାଲି ସକାଳ ୮.୦୦ ଘଣ୍ଟା ସମୟରେ ଏକ ରାଲି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ଟାଉନ ହଲ ,ବ୍ରହ୍ମପୁର ପର୍ଯ୍ୟନ୍ତ ଯାଇଥିଲା l ଏହି ରାଲିକୁ ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତଗୀର ଶୁଭାରମ୍ଭ କରିଥଲେ l ଏହା ପରେ ବ୍ରହ୍ମପୁର ଟାଉନ ହଲ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତଗୀର ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ କିପରି ଅଧିକରୁ ଅଧିକା ନାମ ପାଇଁ ସଚେତନ ହେବେ ତାହା ଉପରେ ଗୁରୁତ୍ବ ଦେଇଥିଲେ ଏହି ବୈଠକରେ ଡେପୁଟି କଲେକ୍ଟର ଶ୍ରୀ ସୁବ୍ରତ ରାମ ଭୀରାମ୍ ଶତପଥୀ,ସୁଶ୍ରୀ କସ୍ତୁରୀ ସ୍ବାଇଁ ଯୋଗ ଦେଇ ମତଦାତା ଉପରେ ବକ୍ତବ୍ୟ ଦେଇଥିଲେ l ଏହି ସଭାରେ ବ୍ରହ୍ମପୁର ତହସିଲଦାର, ଦିଗପହଣ୍ଡି ତହସିଲଦାର, ଚିକିଟି ବି.ଡି.ଓ ଓ ଶୁଭଶ୍ରୀ ମିଶ୍ର, ସହାୟକ ଜିଲ୍ଲାପାଳ ଯୋଗ ଦେଇଥିଲେ l ଏହି ସଭାରେ ଆଗରୁ ହୋଇଥିବା ବିଭିନ୍ନ ପ୍ରତିଯୋଗୀତା ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଏହି ଉକ୍ତ ସଭାରେ ଡକ୍ଟର ପିନାକୀ ମହାନ୍ତି, ଅଧ୍ୟକ୍ଷ , ରାମ ନାରାୟଣ କଲେଜ, ଡୁରା ଧନ୍ୟବାଦ୍ ଅର୍ପଣ କରିଥଲେ l ଏହି ଉତ୍ସବରେ ବିଭିନ୍ନ ମହାବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀ, ଅଙ୍ଗନବାଡି ଦିଦି ମାନେ ଅଂଶ ଗ୍ରହଣ କରିଥିଲେ I ଏଠାରେ ଏକ ଲୋକନୃତ୍ୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିବେଷଣ କରଯାଇଥିଲା, ଏହି ଉକ୍ତ ସମାରୋହରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀବୃନ୍ଦ ଉପସ୍ଥିତ ରହି ଏହି କାର୍ଯ୍ୟକୁ ସୂଚାରୁରୂପେ ସମ୍ପାଦନ କରିଥିଲେ I

ad-week
Leave A Reply

Your email address will not be published.