ଆମେରିକାରେ ବେଆଇନ ଭାବେ ରହୁଥିବା ଭାରତୀୟଙ୍କୁ ଖୋଜୁଛି ପୁଲିସ, ଗୁରୁଦ୍ବାରାରେ ତଲାସୀ

add-all

ନ୍ୟୁୟର୍କ: ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ସମଗ୍ର ଆମେରିକାରେ ବେଆଇନ ପ୍ରବାସୀଙ୍କ ଖୋଜା ଆରମ୍ଭ ହୋଇଛି । ଏହି କ୍ରମରେ ଆମେରିକାରେ ବେଆଇନଭାବେ ରହୁଥିବା ଭାରତୀୟଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ସୋମବାର ଦିନ ଆମେରିକାର ସୁରକ୍ଷା ଏଜେଣ୍ଟମାନେ ବେଆଇନ ପ୍ରବାସୀଙ୍କୁ ଖୋଜିବା ପାଇଁ ନ୍ୟୁୟର୍କ ଏବଂ ନ୍ୟୁଜର୍ସିର ଗୁରୁଦ୍ୱାରରେ ପହଞ୍ଚିଥିଲେ। ଉପାସନା ସ୍ଥଳ ସମେତ ସମ୍ବେଦନଶୀଳ ଅଂଚଳରେ କିମ୍ବା ଏହାର ଆଖପାଖ ଅଞ୍ଚଳରେ ଆଇନ ପ୍ରଣୟନ ଉପରେ ପ୍ରତିବନ୍ଧକ ଲଗାଇଥିବା ନୀତିକୁ ବାଇଡେନ ଉଚ୍ଛେଦ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଗଣମାଧ୍ଯମ ରିପୋର୍ଟ ଅନୁଯାୟୀ ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗର ଅଧିକାରୀମାନେ ନ୍ୟୁୟର୍କ ଏବଂ ନ୍ୟୁଜର୍ସିରେ ଥିବା ଗୁରୁଦ୍ୱାରଗୁଡ଼ିକୁ ଟାର୍ଗେଟ କରୁଛନ୍ତି। ଶିଖ୍ ବିଚ୍ଛିନ୍ନତାବାଦୀ ଏବଂ ବେଆଇନ ପ୍ରବାସୀମାନେ ଏହି ଧାର୍ମିକ ସ୍ଥଳଗୁଡ଼ିକୁ ବ୍ୟବହାର କରୁଛନ୍ତି ବୋଲି ଦାବି କରାଯାଉଛି।
ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବାର କିଛି ଘଣ୍ଟା ପରେ କାର୍ଯ୍ୟକାରୀ ଆଭ୍ୟନ୍ତରୀଣ ସଚିବ ବେଞ୍ଜାମିନ୍ ହଫ୍ ମ୍ୟାନ୍ ବାଇଡେନ୍ ପ୍ରଶାସନର ନିର୍ଦ୍ଦେଶାବଳୀକୁ ରଦ୍ଦ କରିଛନ୍ତି। ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗର ଜଣେ ମୁଖପାତ୍ର କହିଛନ୍ତି, ଗିରଫଦାରୀରୁ ବର୍ତ୍ତିବା ପାଇଁ ଅପରାଧୀମାନେ ଆଉ ଆମେରିକାର ସ୍କୁଲ ଓ ଚର୍ଚ୍ଚରେ ଲୁଚି ରହିପାରିବେ ନାହିଁ। ଟ୍ରମ୍ପ ପ୍ରଶାସନ ଆମର ସାହସୀ ଆଇନ ପ୍ରଣୟନକାରୀଙ୍କ ହାତ ବାନ୍ଧିବ ନାହିଁ।

ad-week
Leave A Reply

Your email address will not be published.