ମହାଆଡମ୍ବରରେ ପାଳିତ ହେଲା ୭୬ତମ ସାଧାରଣତନ୍ତ୍ର ଦିବସ

youtube

ହିଞ୍ଜିଳିକାଟୁ : ସାରା ଭାରତ ବର୍ଷରେ ରବିବାର ମହାଆଡମ୍ବର ସହକାରେ ରବିବାର ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ବରାହୀ ପାହାଡ଼ ପାଦଦେଶରେ ଅବସ୍ଥିତ ପ୍ରେସକ୍ଳବ ପରିସରରେ ବରିଷ୍ଠ ସାମ୍ବାଦିକ ଦ୍ଵିତୀକୃଷ୍ଣ ପଣ୍ଡା ଜାତୀୟ ପତକା ଉତ୍ତୋଳନ କରିଥିଲେ। ସାମ୍ବାଦିକ ଶେଷଦେବ ସାହୁ, ବିଶ୍ବମ୍ବର ସାହୁ, ବିଭୁପ୍ରସାଦ ପଣ୍ଡା, ସୁଶାନ୍ତ ପ୍ରଧାନ, ପ୍ୟାରୀମୋହନ ପାଢି, ରଞ୍ଜନ ପ୍ରଧାନ, କୋରାମଣି ରାଉଳ, ଜଗତ ସାହୁଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ। ସେହିପରି ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଅଧ୍ୟକ୍ଷା ସରସ୍ଵତୀ ସେଠୀ, ତହସିଲ କାର୍ଯ୍ୟାଳୟରେ ତହସିଲଦାର ଭିକାରୀ ସାହୁ ,ପୌର କାର୍ଯ୍ୟାଳୟରେ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,ହିଞ୍ଜିଳି ଥାନାରେ ଆଇଆଇସି ଶ୍ରୀନିବାସ ସେଠୀ,ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପରେ ସିଡିପିଓ ଗାଙ୍ଗୀ ସୁବୁଦ୍ଧି,କୃଷି ବିଭାଗରେ ସହକାରୀ କୃଷି ଅଧିକାରୀ ବିଘ୍ନରାଜ ସେଠୀ , ଜଳ ସମ୍ପଦ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଜଗନ୍ନାଥ ଦାଶ, ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, କ୍ଷୁଦ୍ର ଜଳ ସେଚନ ବିଭାଗରେ ଇଂ ବିନ୍ଦୁ ସାଗର ପଣ୍ଡା,ଉପଖଣ୍ଡ ଚିକିତ୍ସାଳୟରେ ଅଧିକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ, ଅବକାରୀ ଥାନାରେ ଉପ ନିରୀକ୍ଷକ ସୁମିତ୍ରା ବିଶି, ଅଗ୍ନିଶମ ବିଭାଗରେ କେନ୍ଦ୍ର ଅଧିକାରୀ ବାଗରାଇ ମୂର୍ମୁ,ଗ୍ରାମ୍ୟ ଉନ୍ନୟନ ଉପ ବିଭାଜନ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ପାଢ଼ୀ, ଗ୍ରାମ୍ୟ ଜଳ ଓ ପରିମଳ ଉପଖଣ୍ଡ କାର୍ଯ୍ୟାଳୟରେ ଇଂ ସନ୍ତୋଷ କୁମାର ଦାଶ, ଦେୱାନୀ ଓ ଫୌଜଦାରୀ ଅଦାଲତରେ ସବଜର୍ଜ ଅବକାଶ ଚୌଧୁରା, ଓଡିଶା ଆଦର୍ଶ ବିଦ୍ୟାଳୟରେ ବିଧାୟକଙ୍କ ବ୍ଳକ ପ୍ରତିନିଧି ଏ. ସୁଦର୍ଶନ, ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟରେ ବିଇଓ ଏସ. ଗିରିଧର, ଓମ୍ ଶ୍ରୀ ଇଣ୍ଟରନ୍ୟାସନାଲ ସ୍କୁଲରେ ଅଧ୍ୟକ୍ଷ ଏଲ. କାମେଶ୍ଵର ଆଚାରୀ, ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନି, ସରକାରୀ ଏନ୍ଏସି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରଜନୀକାନ୍ତ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସ୍ଥାନୀୟ ପୌରାଞ୍ଚଳ ଓ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ଗୁଡ଼ିକରେ ଥିବା ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଗୁଡିକରେ ମହାଆଡମ୍ବର ସହକାରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।‌

Leave A Reply

Your email address will not be published.