ହିଞ୍ଜିଳିକାଟୁ ରେ ଜିଓ ମାର୍ଟ ଡିଜିଟାଲ ଷ୍ଟୋର ଆରମ୍ଭ

add-all

ହିଞ୍ଜିଳିକାଟୁ ୨୭/୧ : ହିଞ୍ଜିଳିକାଟୁ ଵସ ଟର୍ମିନାଲ ନିକଟରେ ମୁଖ୍ୟ ରାସ୍ତାରେ ରିଲାଏନ୍ସ ରିଟେଲର ଅଗ୍ରଣୀ ବ୍ରାଣ୍ଡ୍‌ ‘ଜିଓ ମାର୍ଟ ଡିଜିଟାଲ’ର ଏକ୍ସକ୍ଲୁସିଭ ଆଉଟଲେଟ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଜିଓ ମାର୍ଟ ଡିଜିଟାଲର ପ୍ରାଞ୍ଚାଇଜ ପାର୍ଟନର ଗାୟତ୍ରୀ ଡ଼୍ରେସେସ ଆନୁକୂଲ୍ୟରେ ଏହି ନୂତନ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଷ୍ଟୋର ର ପରିଚାଳନା ନିର୍ଦ୍ଦେଶକ ଙ୍କ ସୁକନ୍ୟା ଆଦ୍ରିତୀ ପାଢି ରିବନ କାଟିଥିବା ବେଳେ ହିଞ୍ଜିଳିକାଟୁ ର ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଳବ୍ ସଭାପତି ଦ୍ଵିତୀକୃଷ୍ଣ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରିଲାଏନ୍ସ ଜିଓ ମାର୍ଟର ଉପ ପରିଚାଳକ ସନ୍ତୋଷ କୁମାର ଗୈାଡ, ରିଲାଏନ୍ସ ଜିଓ ମାର୍ଟ ଡିଜିଟାଲର ଦକ୍ଷୀଣ ଓଡିଶା ରାଜ୍ୟ ପରିଚାଳକ ଅସୀତ ତ୍ରୀପାଠୀ ସମେତ ଗାୟତ୍ରୀ ଡ଼୍ରେସେସ ର ନିର୍ଦ୍ଧେଷକ ଅଭିଳାଷ ପାଢି , ସାମ୍ବାଦିକ ବିଶ୍ବମ୍ବର ସାହୁ, ସଂସ୍କାର ପଟ୍ଟନାୟକ,ଚିଣ୍ଟୁ ଅନିଲ ପ୍ରମୁଖ ଉପସ୍ଥିତ ରହି ପ୍ରଦିପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ବିଶେଷ କରି ଏହି ଷ୍ଟୋରରେ ଦେଶର ସମସ୍ତ ବ୍ରାଣ୍ଡେଡ କମ୍ପାନୀର ଟିଭି,ଫ୍ରିଜ, ଓ୍ବାଶିଂମେଶିନ ସହିତ ଲାପଟପ, ମୋବାଇଲ ଫୋନ ଭଳି ସମସ୍ତ ଇଲୋକ୍ଟ୍ରୋନିକ୍ସ ଉତ୍ପାଦ ସୁଲଭ ଓ ଗୁଣାତ୍ମକ ମାନର ସାମଗ୍ରୀ ଉପଲବ୍ଧ । ଅପରପକ୍ଷରେ ବଜାଜ ଫାଇନାନ୍ସ,ଆଇଡିଏଫସି,ଏଚ୍‌ଡିବି,ଏଚ୍‌ଡିଏଫସି ବ୍ୟାଙ୍କ ଏବଂ ପେଟିଏମ ଭଳି ପ୍ରମୁଖ ଫାଇନାନ୍ସ କମ୍ପାନୀର ବୀମା ସୁବିଧା ଗ୍ରାହକମାନଙ୍କୁ ସର୍ବନିମ୍ନ ମୂଲ୍ୟରେ ଯୋଗାଇ ଦିଆଯିବ। ସୂଚନାଯୋଗ୍ୟ, ଉକ୍ତ ଷ୍ଟୋରରେ ଜିଓ ମାର୍ଟର ଅନଲାଇନ ପ୍ଲାଟଫର୍ମରେ ଉପଲବ୍ଧ ସମସ୍ତ ଉତ୍ପାଦ ଅଫଲାଇନ (ଜିଓ ମାର୍ଟ ଡିଜିଟାଲ)ରେ ମିଳିବ। ହିଞ୍ଜିଳିକାଟୁ ଜିଓ ମାର୍ଟ ଷ୍ଟୋରରେ ପ୍ରତିଟି କ୍ରୟ ଉପରେ ଆକର୍ଷଣୀୟ ଉପହାର ରହିଥିବା ଶାଖା ପରିଚାଳକ ଅଭିଳାଷ ପାଢି କହିଛନ୍ତି।

ad-week
Leave A Reply

Your email address will not be published.