ମାଲକାନଗିରି, ୨୭।୧ : ମାଲକାନଗିରି ଜିଲ୍ଲାର ଝିଅ ଦିଲ୍ଲୀ ଠାରେ ଅନୁଷ୍ଠିତ ଗଣ ତନ୍ତ୍ର ଦିବସ ରେ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ ହୋଇ ସମ୍ମାନିତ ହୋଇଛନ୍ତି। ଭାରତ ସରକାର ୭୬ତମ ଗଣତନ୍ତ୍ର ଦିବସ ଉତ୍ସବରେ ଜଙ୍ଗଲ ଓ ବନ୍ୟଜୀବ ସୁରକ୍ଷା ସମ୍ପର୍କିତ ସେବୀକା ଙ୍କୁ ସ୍ୱତନ୍ତ୍ର ଅତିଥି ଭାବରେ ଆମନ୍ତ୍ରଣ କରି ଜନସାଧାରଣଙ୍କ ମଧ୍ୟରେ ଜାଗୃତି ସୃଷ୍ଟି କରିଛନ୍ତି। ଓଡ଼ିଶା ରାଜ୍ୟ ସରକାର ମାଲକାନଗିରି ବନ ଡିଭିଜନରୁ କୁମାରୀ ଦୀପା ରାଣୀ ନାୟକଙ୍କୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସୁପାରିଶ କରିଥିଲେ। ମାଲକାନଗିରି ଜିଲ୍ଲା ସଦର ମହାକୁମା ରିକଲାମେସନ କଲୋନୀର ଝିଅ ଦୀପା ରାଣୀ ନାୟକ ଗତ ୨୦୧୪ ମସିହାରୁ ଏପର୍ଯ୍ୟନ୍ତ ଚଳାଉଥିବା ଚଢ଼େଇ ପକ୍ଷୀ ସୁରକ୍ଷା ସମ୍ପର୍କିତ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭାବେ ଯୋଗଦାନ ଦେଇଆସୁଛନ୍ତି। ପକ୍ଷୀ ପୁନର୍ବାସ କାର୍ଯ୍ୟରେ ତାଙ୍କ ଅସାଧାରଣ ଯୋଗଦାନ ଜନ୍ମାଇଛନ୍ତି। ସେ ଏହି କ୍ଷେତ୍ରରେ ନିଜ ଅସାମାନ୍ୟ କାର୍ଯ୍ୟକୁ ପ୍ରତିପାଦିତ କରିଛନ୍ତି। ଦୀପା ରାଣୀ ନାୟକଙ୍କ ନାମ ସଞ୍ଜୟ କୁମାରଙ୍କ ଦ୍ଵାରା ରଚିତ ଗ୍ରନ୍ଥ “ଆଓ ଗୌରାଯିଆ”ରେ ଉଲ୍ଲେଖିତ ହୋଇଛି। ସେ ପ୍ରକୃତି ବନ୍ଧୁ ସମ୍ମାନ ୨୦୨୩, ଚେଞ୍ଜ୍ ମେକର୍ସ ଆୱାର୍ଡ (ଆଇଡିଏଫ୍ ଓ ଆମ୍ବିଶନ), ନିଷ୍ଠା ସମ୍ମାନ ୨୦୨୨ ଭଳି ବିଭିନ୍ନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।
