ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅବିଭାବକ ମାନେ ପିଲାଙ୍କ ଜୀବନକୁ ବାଜିରେ ଲଗାଉଛନ୍ତି !

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଛତୁ ଫୁଟିଲା ଭଳି ଘରୋଇ ଶିକ୍ଷା ନୁଷ୍ଠାନ ଖୋଲା ଯାଇଛି। ସରକାରୀ ବିଦ୍ୟାଳୟ ରେ ଅଧିକାଂଶ ସରକାର ବାବୁ ମାନଙ୍କ ପରିବାର ର ପିଲାମାନେ ପଢ଼ନ୍ତି ନାହିଁ। ଭଲ ପାଠ ପାଇଁ ଘରୋଇ ଶିକ୍ଷାନୁଷ୍ଠାନ ପାଠ ପଢ଼ାଇ ବାକୁ ଅଧିକ ଲୋକେ ପସନ୍ଦ କରନ୍ତି। ଏହାର ଫାଇଦା ଅଧିକାଂଶ ଶିକ୍ଷାନୁଷ୍ଠାନ ନିଅନ୍ତି। ଆଜି କାଲି ଘରୋଇ ଶିକ୍ଷାନୁଷ୍ଠାନ ଘରୋଇ ନର୍ସିଙ୍ଗ ହୋମ ହେଇଛି ଶୋଷଣ ର ମାଧ୍ୟମ ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଲେବି ଏଠାରେ ଶିକ୍ଷା ହେଉକି ସ୍ୱାସ୍ଥ୍ୟ ହେଉ ଏହି ମାଧ୍ୟମକୁ ସମସ୍ତେ ପସନ୍ଦ କରୁଛନ୍ତି। ଏହା ସହ ସହରାଞ୍ଚଳ ରେ ପିଲାକୁ ଦୁଇ ବର୍ଷ ହେଲେ ଆରମ୍ଭ ହୁଏ ପ୍ଲେ ସ୍କୁଲ କୁ ଛୁଆ କୁ ପଠେଇବା। ଗରିବ ଲୋକମାନଙ୍କ ର ପିଲା ମାନଙ୍କ ଏକ ମାତ୍ର ବିକଳ୍ପ ହେଉଛି ଅଙ୍ଗନବାଡି କେନ୍ଦ୍ର। ଘରୋଇ ଶିକ୍ଷନୁଷ୍ଠାନ କୁ ଯାଉଥିବା ପିଲାମାନ ଙ୍କ ଅବସ୍ଥା ନଦେଖିଲେ ଭଲ। ଯେଉଁ ଭଳି ଅଟୋ, ପିକଅପ, ଭିଲେଜେର ଗୁଡିକରେ ବସ୍ତା ଭଳି ପିଲାମାନଙ୍କୁ ଭୁଆଁ ଆରମ୍ଭ ହୁଏ ସକାଳ ହେଲେ। ୭୦/୮୦ ପ୍ରତିଶତ ଗାଡ଼ି ଗୁଡିକର ନଥାଏ ଇନ୍ସୁରାନ୍ସ ଓ ଫିଟନେସ ବେଳେ ବେଳେ ଦୁର୍ଘଟଣା ହେଲେ ନେତା ଠାରୁ ବାବୁ ମାନେ କୁମ୍ଭୀର କାନ୍ଦଣା କାନ୍ଦନ୍ତି ଟିଭି ସମ୍ମୁଖରେ ଦେଖିବାକୁ ମିଳେ। ଏଭଳି ଅବସ୍ଥା ପାଇଁ ଅଭିଭାବକ ମାନେ ଯେତିକି ଦାୟୀ ସେତିକି ଶିକ୍ଷାନୁଷ୍ଠାନ ବୋଲି ସମସ୍ତେ ଜାଣନ୍ତି। ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ର ଭିତ୍ତିଭୂମି ନଥାଇ ବି ବହୁ ଅନୁଷ୍ଠାନ ଚାଲୁଛି। ବହି ଓ ଟିୟୁସନ ଫିଜ ନାମରେ ବି ଶୋଷଣ କରାଯାଉଛି। ନେତା ଓ ବାବୁ ମାନଙ୍କ ଆଶୀର୍ବାଦ ଯୋଗୁଁ ଏଭଳି ଅବସ୍ଥା ହେଉଥିବା ଚର୍ଚ୍ଚା ହେଉଛି । କେଉଁ ଅନୁଷ୍ଠାନ ସହ କେଉଁ ନେତା ମାନଙ୍କ ମଧ୍ୟ ପାର୍ଟନେର ସହିତ ନିଜର ଅନୁଷ୍ଠାନ ଥିବାର ନଜିର ରହିଛି। ଶିକ୍ଷା ଓ ପରିବହନ ବିଭାଗୀୟ ମନ୍ତ୍ରୀ ମାନେ ଗୁରୁତ୍ୱ ସହ ବିଚାର କରି ଏଭଳି ଶିକ୍ଷାନୁଷ୍ଠାନ ଓ ବିନା ଇନ୍ସୁରାନ୍ସ ଓ ଫିଟନେସ ରେ ଚାଲୁଥିବା ଗାଡ଼ିକୁ ଜବତ କରିଲେ ଏହି ଦୁଇ ବିଭାଗରେ ସୁଧାର ଆସିବ ବୋଲି ସଚେତନ ମହଲ ରେ ଦାବୀ ହେଉଛି।

ad-week
Leave A Reply

Your email address will not be published.