୨ କୋଟି ଟଙ୍କାର ଅପହରଣକୁ ନେଇ ଗଞ୍ଜେଇ ଚାଷର ରହିଛି ଲିଙ୍କ୍…!

add-all

ଚିକିଟୀ : ବ୍ରହ୍ମପୁର ପୋଲିସ ଜିଲ୍ଲା ଚିକିଟୀ ଗଡ଼ରେ ଚାରିଜଣଙ୍କୁ ଅପହରଣ ଘଟଣା ରାଜ୍ୟ ସାରା ଚହଳ ପକେଇଛି। ରବିବାର ଅପହୃତ ଚାରିଜଣ କେ.ନୂଆଗାଁ ପୋଲିସ ଦ୍ୱାରା ଉଦ୍ଧାର ହେବା ପରେ ଧୀରେ ଧୀରେ ଘଟଣା ଉପରୁ ପରଦା ଉଠିବାରେ ଲାଗିଛି। ୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ଯାଗାରେ ବ୍ୟାପକ ପରିମାଣର ଗଞ୍ଜେଇ ଚାଷ ହୋଇଥିବା ଜଣାପଡିଛି। ଯାହା ଘଟଣାକୁ ଆହୁରି ଜଟିଳ କରିଦେଇଛି। ରବିବାର ସ୍ଥାନୀୟ ତହସିଲଦାର, ଏସଡିପିଓ, କେ.ନୂଆଗାଁ ଥାନା ଅଧିକାରୀ ଓ ଅପହୃତ ବ୍ୟକ୍ତିମାନେ ଅପହରଣ ହୋଇ ରହିଥିବା ଯାଗାକୁ ଯାଇ ତଦନ୍ତ କରିବା ବେଳେ ସେଠାରେ ଗଞ୍ଜେଇ ଗଛ ଗୁଡିକ କଟା ଯାଇଥିବା ଦେଖିବାକୁ ମିଳିଥିଲା। ସୋମବାର ଗଞ୍ଜେଇ ଚାଷ ହୋଇଥିବା ଜମିର ରାଜସ୍ୱ ବିଭାଗ ତରଫରୁ ସୀମାଙ୍କନ କରାଯାଇଛି। ଚିକିଟୀ ଅତିରିକ୍ତ ତହସିଲଦାରଙ୍କ ସହିତ ଅନ୍ୟ ରାଜସ୍ୱ , ପୋଲିସ,ଅବକାରୀ ଓ ବନ ବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ ଜମି କାହା ନାମରେ ଅଛି ଓ କେତେ ପରିମାଣର ଯାଗାରେ ଗଞ୍ଜେଇ ଚାଷ ହୋଇଛି ତାହା ଅନୁଧ୍ୟାନ କରାଯାଇଛି। ଅନ୍ୟପକ୍ଷେ ଅପହରଣ ଘଟଣାର ମୂଖ୍ୟ କୁହାଯାଉଥିବା ଏବଂ ଯାହା ବାଡ଼ି ପଟରେ ଚାରିଜଣ ଅପହୃତ ବ୍ୟକ୍ତି ଗଞ୍ଜେଇ ଚାଷ ଘେର ଯାଗାରେ ବନ୍ଦୀ ହୋଇ ରହିଥିଲେ ସେହି ନୂତନ ସାହୁ ଫେରାର ଥିବା ବେଳେ ତାର ସ୍ତ୍ରୀ ଓ ଝିଅଙ୍କୁ ଘନ ଘନ ଜେରା କରାଯାଇଛି। ଉଭୟେ ପୋଲିସକୁ ସନ୍ତୋଷଜନକ ଉତ୍ତର ନଦେଇ ଥିବା ବେଳେ ଅପରପକ୍ଷେ ମୂଖ୍ୟ ଅଭିଯୁକ୍ତ ଭାବେ ଉଭୟ ଅପହରଣ ଓ ଗଞ୍ଜେଇ ଚାଷ କରିଥିବା ନୂତନ ସାହୁ ତାର ପୁରା ସହଯୋଗୀ ଟିମକୁ ଧରିବା ପାଇଁ କେ.ନୂଆଗାଁ ପୋଲିସର ଏକାଧିକ ଟିମ ବିଭିନ୍ନ ଯାଗାରେ ପଇଁତରା ମାରୁଛି । ଅପହରଣ ଘଟଣାକୁ ନେଇ ଯେତିକି ଚର୍ଚ୍ଚା ହେଉଛି ତାଠାରୁ ଅଧିକ ଚର୍ଚ୍ଚାରେ ଉଭୟ ଅବକାରୀ ଓ ବନ ବିଭାଗ ରହିଛି। ଚିକିଟୀ ତହସିଲ,ବନ ବିଭାଗ ଓ ଅଵକାରୀ ବିଭାଗ ଏତେବଡ଼ ଗଞ୍ଜେଇ ଚାଷ ଘଟଣା କେମିତି ଜାଣିପାରିଲେ ନାହିଁ ତାକୁ ନେଇ ସବୁଠି ଚର୍ଚ୍ଚା ଲାଗିଛି। ଅପହୃତ ହୋଇଥିବା ଚାରିଜଣ ହେଲେ ୧. ବ୍ରହ୍ମାନନ୍ଦ ପାତ୍ର (୪୫) ୨.ଅହମଦ ଖାନ୍ (୫୬) ୩.ଅମରଜିତ୍ ସାମନ୍ତ ସିଂହାର (୨୪) ୪.ରବୀନ୍ଦ୍ର କୁମାର (୪୯) କୁ ଉଦ୍ଧାର କରି ଚିକିଟୀ ଫାଣ୍ଡିରେ ରଖି ଜେରା କରିଥିବା ବେଳେ ସେମାନେ କହିଛନ୍ତି ଅଭିଯୁକ୍ତ ମାନେ ଦୁଇ କୋଟି ଟଙ୍କାର ଡିମାଣ୍ଡ କରିଥିଲେ ଏବଂ ମାରପିଟ କରିବା ସହ ଏକ ନାଗ ସାପ ଦେଖାଇ ମାରିଦେବାର ଧମକ ଦେଇଥିଲେ। ଘଟଣାରେ ପୋଲିସ ଭୋଳାସିଙ୍ଗି ଗ୍ରାମର ପୃଥିବୀ ରାଜ ସାହୁ (୨୪) କୁ ଗିରଫ କରିଥିବା ବେଳେ ସଂପୃକ୍ତଥିବା ଅନ୍ୟମାନଙ୍କୁ ଅତିଶୀଘ୍ର ଗିରଫ କରିବା ସହ ଆଗକୁ ଅନେକ ରହସ୍ୟ ଉନ୍ମୋଚିତ ହେବ ବୋଲି କହିଛନ୍ତି।

ad-week
Leave A Reply

Your email address will not be published.