ସ୍ୱାସ୍ଥ୍ୟବିଭାଗ ତରଫରୁ ଏକ ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ

add-all

ଚିକିଟୀ : ସ୍ଥାନୀୟ ଚିକିଟୀ ପେଣ୍ଠ ସ୍ଥିତ ବିଜୁପଟ୍ଟନାୟକ ମିନିଷ୍ଟାଡିୟମ ଠାରେ ଜନରାଜ୍ୟ ଦିବସ ପୂର୍ବାହ୍ନ ରେ କରବାଲୁଆ ପି ଏଚ୍ ସି ତରଫରୁ ଆୟୋଜିତ ଚିକିଟୀ ମେଡିକାଲ ଷ୍ଟାଫ ସହ ପାତ୍ରପୁର ମେଡିକାଲ ଷ୍ଟାଫ ମଧ୍ୟରେ ଏକ ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ଏହି ମ୍ୟାଚରେ ଉଭୟ ଦଳର ଅଧିନାୟକ ଭାବରେ ଡ଼ା.ପ୍ରଭୂପ୍ରସାଦ ପଣ୍ଡା ଓ ପ୍ରଫୁଲ ପାଢ଼ୀ ଙ୍କ ଉପସ୍ଥିତରେ ଟସ ପକାଯାଇଥିବା ବେଳେ ଚିକିଟୀ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା।ପ୍ରଥମେ ବ୍ୟାଟିଂ କରି ଚିକିଟୀ ଟିମ ନିର୍ଦ୍ଧାରିତ ୧୨ ଓଭରରେ ୯ ୱିକେଟ ବିନିମୟରେ ୯୧ ରନ୍ କରି ପାତ୍ରପୁର ଟିମ ସକାଶେ ୯୨ ରନ୍ ଲକ୍ଷ୍ୟ ଦେଇଥିଲେ l ଏହାର ଯବାବରେ ପାତ୍ରପୁର ଟିମ ୯ ଓଭେର ୪ ବଲ ଖେଳି ଏକ ୱିକେଟ ବିନିମୟରେ ଲକ୍ଷ ହାସଲ କରିଥିଲେ l ଏହି ମ୍ୟାଚରେ ଵେଷ୍ଟ ବ୍ୟାଟ୍ସମ୍ୟାନ ରୂପେ ଉପେନ୍ଦ୍ର ନାୟକ ଓ ଵେଷ୍ଟ ବୋଲର ରୂପରେ ଗଣେଶ ମଲିକ ଙ୍କୁ ଟ୍ରଫି ପ୍ରଦାନ କରାଯଇଥିବା ଶେଷରେ ମ୍ୟାନ ଅଫ ଦି ମ୍ୟାଚ ଦୀପକ ପଳାଇ ଙ୍କୁ ପ୍ରଦାନ କରାଯାଇଥିଲାl ଏହି ମ୍ୟାଚକୁ ସୁନୀଲ ସୁବୁଦ୍ଧି ଓ ଶ୍ରୀ ବେହେରା ଆମ୍ପାୟର ରୂପେ ପରିଚାଳନା କରିଥିଲେ। ଉଭୟ ମେଡ଼ିକାଲର ମୁଖ୍ୟ ଡ଼ା.ମନୋଜ କୁମାର ପାଢ଼ୀ ଓ ଡ଼ା.ବେଗରାଇ ଯୋଗ ଦାନ କରିଥିବା ବେଳେ ଡ଼ା. କୀରରଣ କୁମାର ସୁବୁଦ୍ଧିଙ୍କ ସହ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ଯୁବପିଢୀ ଉପସ୍ଥିତ ରହି ଖେଳର ମଜା ନେବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l

ad-week
Leave A Reply

Your email address will not be published.