ଚିକିଟୀ ସରସ୍ୱତୀ ଶିଶୁ ମନ୍ଦିରରେ ଜନରାଜ୍ୟ ଦିବସ

add-all

ଚିକିଟୀ : ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିରରେ ଜନରାଜ୍ୟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ସଭାପତି ପଟ୍ଟମୁ ରାମାରାଓ ସୁବୁଦ୍ଧି ପତାକା ଉତ୍ତୋଳନ କରି ଶିଶୁମାନଙ୍କୁ ସମ୍ଭିଧାନକୁ ସମ୍ମାନ ଦେବା, ଦେଶମାତୃକାର ସେବା କରିବା ପାଇଁ ପ୍ରେରଣା ଦେଇଥିଲେ। ଚିକିଟୀ ମାଟିର ବୀର ଯବାନ ସହିଦ୍ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସ୍ତ୍ରୀ ଗୀତାଞ୍ଜଳି ପଣ୍ଡାଙ୍କୁ ସ୍ବାମୀର ବଳିଦାନକୁ ସ୍ମୃତିଚାରଣ କରିବା ସହ ସମ୍ବର୍ଦ୍ଧନା ପୂର୍ବକ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ ସହିଦ୍ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ବାଲ୍ୟଜୀବନୀ ବିଷୟରେ ଆଲୋକପାତ କରିବା ସହ ସେ ତାଙ୍କ ସାହାସିକତାକୁ ମନେ ପକାଇଥିଲେ। ସଭା କାର୍ଯ୍ୟ ସମାପ୍ତ ପରେ ବିଦ୍ୟାଳୟର ଶିଶୁ ଭାଇ ଭଉଣୀ ମାନେ ମହାପୁରୁଷଙ୍କ ବେଶ ସହ ପଥ ସଞ୍ଚଳନ କରି ଘୋଷ୍ ଦଳର ବିଭିନ୍ନ ରଚନାତ୍ମକ କୌଶଳ ଯଥା-ତ୍ରିଶୂଳ,ବର୍ଗଚିତ୍ର, ସ୍ଵସ୍ତିକ, ସୂର୍ଯ୍ୟ,ବୃତ୍ତ,ସର୍ପ ଚିହ୍ନ ପ୍ରଦର୍ଶନ କରି ସହରବାସୀଙ୍କ ପ୍ରଶଂସା ସାଉଁଟି ଥିଲେ। ଦେଶଭକ୍ତି ଗୀତର ତାଳେତାଳେ ନଗରବାସୀଙ୍କ ପୁଷ୍ପବୃଷ୍ଟିରେ ସଞ୍ଚଳନ କରିଥିବା ଶିଶୁମାନଙ୍କ ମନ ଉତଫୁଲ୍ଲିତ ହୋଇଥିଲା।ଏହି କାର୍ଯ୍ୟକ୍ରମର ପରିଚାଳନା ପ୍ରଧାନାଚାର୍ଯ୍ୟ ନିରଞ୍ଜନ ବିଷୋୟୀ କରିଥିବା ବେଳେ ପରିଚାଳନା ସମିତିର ସଦସ୍ୟ ଅନୁଷ୍ଠାନର ଗୁରୁଜୀ ଗୁରୁମାଙ୍କ ସକ୍ରୀୟ ସହଯୋଗୀତାରେ ସଫଳ ରୂପାୟନ ହୋଇଥିଲା।

ad-week
Leave A Reply

Your email address will not be published.