ରାଜ୍ୟରୁ ଶୀତ ଗାଏବ: ୨ ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ସମ୍ଭାବନା, କୁହୁଡ଼ି ପାଇଁ ଏସବୁ ଜିଲାକୁ ୟେଲୋ ୱାର୍ନିଂ

add-all

ଭୁବନେଶ୍ୱର, ୨୯।୧: ରାଜ୍ୟରୁ ଉଭାନ ହୋଇଛି ଶୀତ। ଦିନ ଭଳି ରାତି ତାପମାତ୍ରା ବୃଦ୍ଧି ପାଇଛି। ଜାନୁଆରୀ ମାସ ନ ସରୁଣୁ ଖରାଦିନ ଭଳି ଗରମ ଅନୁଭୂତ ହେଉଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ପରେ ସାରା ଓଡ଼ିଶାରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

“ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା (ରାତ୍ରିର ତାପମାତ୍ରା)ରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ ଏବଂ ତା’ପରେ ଓଡ଼ିଶାର ଜିଲାଗୁଡ଼ିକରେ ୨ ରୁ ୪ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ।

ବିଭାଗ ପକ୍ଷରୁ ଆହୁରି ମଧ୍ୟ ପୂର୍ବାନୁମାନ କରାଯାଇଛି ଯେ ଆସନ୍ତାକାଲି ରାଜ୍ୟର ଅନେକ ଜିଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ଅଛି।

ଏହି ସମୟରେ ମୟୂରଭଞ୍ଜ, କେନ୍ଦୁଝର,ଅନୁଗୋଳ, ଦେଓଗଡ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ରାୟଗଡା, ନୟାଗଡ଼, ସମ୍ବଲପୁର, କନ୍ଧମାଳ, ମାଲକାନଗିରି, ବାଲେଶ୍ୱର ଏବଂ ଭଦ୍ରକ ଜିଲାର ଗୋଟିଏ ଦୁଇଟି ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଦେଓଗଡ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ରାୟଗଡା, ନୟାଗଡ଼, ସମ୍ବଲପୁର, କନ୍ଧମାଳ, ମାଲକାନଗିରି, ଯାଜପୁର, ଢେଙ୍କାନାଳ, ସୁନ୍ଦରଗଡ଼, କଳାହାଣ୍ଡି, କୋରାପୁଟ ଜିଲା ପାଇଁ ୟେଲୋ ୱାର୍ନି ଜାରି କରାଯାଇଛି।

ad-week
Leave A Reply

Your email address will not be published.