ନିଃସର୍ତ୍ତ ର ପ୍ରଭାବ ଶେଷରେବାଲି ମାଫିଆଙ୍କ ଉପରେ ପ୍ରଶାସନର ଛାଟ :ପଢାଳ ଓ ବରଗାଁ ବାଲି ଘାଟରୁ ବାଲି ନେଲେ ହେବ କାର୍ଯ୍ୟନୁଷ୍ଠାନ,”ଭଞ୍ଜ ନଗର ଉପ ଜିଲ୍ଲାପାଳ”

ଚଢ଼ାଉ ବେଳେ ଜବତ ଜେସିବି ଓ ହାଇୱା ଗଲା କୁଆଡ଼େ..?

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପ ଜିଲ୍ଲା ପାଳ ଏବେ ଆକ୍ସନ ମୁଡ଼ରେ ଆସିଛନ୍ତି। ଦୀର୍ଘ ଦିନର ବ୍ୟବଧାନ ପରେ ଆସିକା ରେ ଚାଲିଥିବା ବେଆଇନ ବାଲି ଘାଟ ଉପରେ ପ୍ରଶାସନ ର ଛାଟ ପଡିଛି। ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଚୋରା ବାଲି ଚାଲାଣ ସମ୍ପର୍କ ରେ ରୀତିମତ ନିଃସର୍ତ୍ତ ରେ ଖବର ପ୍ରକାଶ ହେଉଛି। ପୂର୍ବରୁ ଆସିକା ବ୍ଲକର ବରଗାଁ ଓ ପଢାଳ ନିକଟରେ ଥିବା ବଡ଼ ନଦୀ ରୁ ଚୋରା ବାଲି ଚାଲାଣ ସମ୍ପର୍କ ରେ ରୀତିମତ ଖବର ପ୍ରକାଶ ହେଉଥିଲା। ଆଜି ଭଞ୍ଜନଗର ଉପ ଜିଲ୍ଲା ପାଳ ଏହି ଦୁଇଟି ଘାଟରେ ବେଆଇନ ବାଲି ଚାଲାଣ କାରୀଙ୍କ ଉପରେ ବ୍ରେକ ଲଗାଇଛନ୍ତି। ପ୍ରଶାସନର ଆକ୍ସନ ମୁଡ଼ ପାଇଁ ସହର ବାସୀଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି। ଚଳିତ ବର୍ଷ ପାଇଁ ଗଞ୍ଜାମ ଜିଲ୍ଲାର ଅଧିକାଂଶ ବାଲି ଘାଟର ଲିଜ ସରିଯାଇଛି। ବାଲି ମାଫିଆ ମାନେ ନକଲି ୱାଇ ଫର୍ମ ପ୍ରସ୍ତୁତ କରି ପ୍ରଶାସନ କୁ ଚ୍ୟାଲେଞ୍ଜ ଦେଇ ଚୋରା ବାଲି ଚାଲାଣ କରୁଛନ୍ତି। ପ୍ରଶାସନ ର ଅଚାନକ ଛାଟ ମାଡ଼ରେ ମାଫିଆ ମାନଙ୍କ ମଧ୍ୟରେ ଏକ ବଡ଼ ଚର୍ଚ୍ଚାର ବିଷୟ ହୋଇଛି। ଆସିକା ରେ ବେଆଇନ ବାଲି ଘାଟରୁ ବାଲି ଚାଲାଣ କଲେ ଗାଡ଼ିକୁ ତୁରନ୍ତ ଜବତ କରିବାକୁ ଉପରୁ ନିର୍ଦ୍ଧେଶ ଆସିଛି। ଆଜି ପ୍ରଶାସନ ପକ୍ଷରୁ ଚଢ଼ାଉ ବେଳେ ସେଠାରେ ଥିବା ହାଇୱା ଓ ଜେସିବି ମେସିନ ଗଲା କୁଆଡ଼େ ବୋଲି ମଧ୍ୟ ଚର୍ଚ୍ଚା ର ବିଷୟ ପାଲଟିଛି । ନା ଜବତ ଗାଡି କୁ ଛାଡି ଦିଆଗଲା ବୋଲି ସାଧାରଣ ରେ ପ୍ରଶ୍ନ ଜଦି ଜବତ ଗାଡିକୁ ଛାଡି ଦେଇଛି ପ୍ରଶାସନ ତେବେ ଏହି ଚଢ଼ାଉ ଧର୍ମକୁ ଆଖିଠାର ବୋଲି ଚର୍ଚ୍ଚା ହେଲାଣି l

ad-week
Leave A Reply

Your email address will not be published.