ଉତ୍କଳ ସାମ୍ବାଦିକ ସଂଘର କର୍ମକର୍ତ୍ତା ଚୟନ

youtube

ମାଲାକାନଗିରି : ଉତ୍କଳ ସାମ୍ବାଦିକ ସଂଘର ମାଲାକାନଗିରି ଜିଲ୍ଲା ଶାଖା ପକ୍ଷରୁ କର୍ମକର୍ତ୍ତା ପ୍ରକ୍ରିୟା ଶେଷ ହୋଇଛି। ଏଥିପାଇଁ ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ଉତ୍କଳ ସାମ୍ବାଦିକ ସଂଘର କାର୍ଯ୍ୟାଳୟରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ କରାଯାଇ ବିଭିନ୍ନ ପଦପଦବୀ ପାଇଁ ଚୟନ ପ୍ରକ୍ରିୟା ଶେଷ ହୋଇଛି। ଏହି ଚୟନ ପ୍ରକ୍ରିୟାରେ ସର୍ବସମ୍ମତି କ୍ରମେ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଭାବେ ଅଶୋକ କୁମାର ମିଶ୍ର, ଜିଲ୍ଲା ସମ୍ପାଦକ ଭାବେ ବି ଶ୍ରୀନିବାସ ପାତ୍ର, ଜିଲ୍ଲା କର୍ଯ୍ୟକାରୀ ସଭାପତି ଭାବେ ନିରଞ୍ଜନ ମଲ୍ଲ, ଜିଲ୍ଲା ଉପସଭାପତି ଭାବେ ପ୍ରଶାନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ଭାବେ ହୃଷୀକେଶ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଶିବଦତ୍ତ ସାହୁ ଓ ନୃଷିଂହ ଚରଣ ମହାନ୍ତିଙ୍କୁ କ୍ରମେ ଚୟନ କରାଯାଇଛି । ଏହି ଅବସରରେ ଜିଲ୍ଲାର ପ୍ରତ୍ୟକ ବ୍ଲକ ଓ ଏନଏସି ରେ ସଂଘକୁ ସୂଚାରୁ ରୂପେ ପରିଚାଳନା ନିମନ୍ତେ ପ୍ରତ୍ୟକ ବ୍ଲକରେ ବରିଷ୍ଠ କର୍ମକର୍ତ୍ତାଙ୍କୁ ଜଣେ ଜଣେ ଚୟନ କରାଯାଇଛି। ଆଗାମୀ ଦିନରେ ଜିଲ୍ଲାର ସାମ୍ବାଦିକଙ୍କ ସୁରକ୍ଷା, ସଂଘର ବିକାଶ ଓ ସହଯୋଗୀ ମନଭାବ ରଖି କାର୍ଯ୍ୟ କରିବାକୁ ନୂତନ ଭାବେ ଚୟନ ହୋଇଥିବା କର୍ମକର୍ତ୍ତା ମାନେ ମତ ପ୍ରକାଶ କରିଛନ୍ତି। ଚୟନ ପ୍ରକିୟା ପରେ ମାଲାକାନଗିରି ମୁଖ୍ୟ ବଜାରରେ ଚୟନ ହୋଇଥିବା ନୂତନ କର୍ମକର୍ତ୍ତା ମାନେ ବାଣ, ବାଜା ଯୋଗେ ଏକ ରାଲି କରିଥିଲେ। ଅନ୍ୟପଟେ ଉତ୍କଳ ସାମ୍ବାଦିକ ସଂଘର ନୂତନ ଭାବେ ଚୟନ ହୋଇଥିବା କର୍ମକର୍ତ୍ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply

Your email address will not be published.