
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ରାଳବ ସ୍ବାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ଶୁକ୍ରବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅନନ୍ତରାମ ପାଢିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟୁତ୍ ବିଭାଗୀୟ ପ୍ରାକ୍ତନ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ଚୌଧୁରୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହ ବିଦ୍ୟାଳୟ ଆଗକୁ ବଢିବାର ବାଟ ଦେଖାଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ସରପଞ୍ଚ ରଶ୍ମିତା ପ୍ରଧାନ, ବିଦ୍ୟାଳୟ ପ୍ରତିଷ୍ଠାତା ରମାକାନ୍ତ ପାଢି , ଆତ୍ମା ଅଧ୍ୟକ୍ଷ ଗନ୍ତାୟତ ଦଳାଇ, ମୁମ୍ବାଇ କେମ୍ବେରିଆ ଇଣ୍ଟରନ୍ୟାସନାଲ ସ୍କୁଲର ରସାୟନ ବିଜ୍ଞାନ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଆଇନଜୀବୀ ରଜନୀକାନ୍ତ ପାଢି ଯୋଗଦେଇ ବିଦ୍ୟାଳୟ ଅସଂଖ୍ୟ ଛାତ୍ରଛାତ୍ରୀଙ୍କୁ ନେଇ ସମୃଦ୍ଧ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ରୁନି ଲେଙ୍କା ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ଶିକ୍ଷାର୍ଥୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାକର ବସନ୍ତୀ ଅତିଥି ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସିମାଞ୍ଚଳ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ପି. ମହାଲକ୍ଷ୍ମୀ, ଲିଲି ସାହୁ, ନରସିଂହ ସ୍ବାଇଁ, ମମତା ସ୍ବାଇଁ, ବୈଶାଖୀ ଜେନା, ଖୁସି ଜେନା, ଭବାନୀ ଆଚାରୀ, ଗିତାଞ୍ଜଳି ପାଢିଙ୍କ ସମେତ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ସେବକ, ସେବିକା ବୃନ୍ଦ ସହଯୋଗ କରିଥିଲେ। ଆୟୋଜିତ ଉତ୍ସବରେ ସ୍ବାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିର ବିଭିନ୍ନ ଶାଖାର ଆଚାର୍ଯ୍ୟ, ଆଚାର୍ଯ୍ୟା, ଅଭିଭାବକ ପ୍ରମୁଖ ଉପସ୍ଥିତ ଥିଲେ।