ମହାମହିମ ରାଷ୍ଟ୍ରପତିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ; ସୋନିଆ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି

add-all

ହିଞ୍ଜିଳିକାଟୁ ୩୧/୧ : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା କାରଣରୁ ହିଞ୍ଜିଳି ବିଜେପି ପକ୍ଷରୁ ଶୁକ୍ରବାର ସୋନିଆ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଦ୍ରୌପଦୀ ଆଦିବାସୀ ନେତ୍ରୀ ହୋଇଥିବାରୁ ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ। ଏହି ମନ୍ତବ୍ୟ ପରେ ଏହାକୁ କଡା ସମାଲୋଚନା କରିଛି ବିଜେପି। କଂଗ୍ରେସ ଆଦିବାସୀ ଓ ଦଳିତ ବିରୋଧୀ ବୋଲି କହିଛି ହିଞ୍ଜିଳି ବିଜେପି। ଏହି ମନ୍ତବ୍ୟ ନେଇ ତୀବ୍ର ନିନ୍ଦା କରିବା ସହ ସୋନିଆ ଗାନ୍ଧୀ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେପି ଦାବି କରିଛି। ଏନେଇ ସୋନିଆ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ ମଧ୍ୟ କରାଯାଇଛି। ଶୁକ୍ରବାର ହିଞ୍ଜିଳିକାଟୁ ବିଜେପି ନଗର ସଭାପତି ସୁଧାଂଶୁ ଶେଖର ସାବତ ଙ୍କ ନେତୃତ୍ବରେ ବହୁ ବିଜେପି କର୍ମୀ ହିଞ୍ଜିଳିକାଟୁ ବିଜୁପଟ୍ଟନାୟକ ଛକ ରେ କଂଗ୍ରେସ ବିରୋଧରେ ପ୍ରତିବାଦ କରିବା ସହ ସୋନିଆ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।

ad-week
Leave A Reply

Your email address will not be published.