ବେଆଇନ ବାଲି ଚୋରାଚାଲାଣ, ଟ୍ରାକ୍ଟର ଜବତ, ଚାଳକ ଗିରଫ

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଦେଇ ପ୍ରବାହିତ ଘୋଡାହାଡ ନଦୀରୁ ବେଆଇନ ଭାବେ ବାଲି ଚୋରାଚାଲାଣ କରୁଥିବା ବେଳେ ହିଞ୍ଜିଳି ପୁଲିସ ଚଢ଼ାଉ କରିଛି। ଶନିବାର ମଧ୍ୟାହ୍ନରେ ହିଞ୍ଜିଳିକାଟୁ ଘୋଡାହାଡ ନଦୀରୁ ବେଆଇନ ଭାବେ ବାଲି ବୋଝେଇ କରି ସିକିରି ଅଭିମୁଖେ ଯାଉଥିବା ବେଳେ ଆଙ୍କୋରଡା ଶିଶୁ ମନ୍ଦିର ନିକଟରେ ହିଞ୍ଜିଳି ପୁଲିସ ଚଢାଉ କରିଥିଲା। ବେଆଇନ ଭାବେ ବାଲି ବୋଝେଇ ଟ୍ରାକ୍ଟର (ଓଡି୦୭ଏଏଚ ୩୫୦୭)କୁ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଛି। ଗିରଫ ଚାଳକ ଜଣଙ୍କ ହିଞ୍ଜିଳିକାଟୁ ପୈାରାଞ୍ଚଳ ଆଙ୍କୋରଡା ଗ୍ରାମର ରାଜା ସେଠି। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୮୦/୨୫ ରେ ଏକ ମାମଲା ରୁଜୁ କରି ଗିରଫ ଚାଳକଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।

ad-week
Leave A Reply

Your email address will not be published.