ଆଦର୍ଶ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବିଭାବକ ଏବଂ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର

ମାଲକାନଗିରି : ମାଥିଲି ବ୍ଲକ ସଦର ମହକୁମା ନିକଟସ୍ଥ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲୋପାମୁଦ୍ରା ମହାରଥୀ ଶିକ୍ଷାର୍ଥୀଙ୍କ ଅଭିଭାବକ ଅର୍ଜୁନ ପୂଜାରୀ ଙ୍କୁ ଦୁର୍ବ୍ୟବହାର କରିଥିଲେ l ଉକ୍ତ ଆଦର୍ଶ ବିଦ୍ୟାଳୟରେ ଅର୍ଜୁନ ଙ୍କ ଝିଅ ପାଠ ପଢୁ ଥିବା ସମୟରେ ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲୋପାମୁଦ୍ରା ମହାରଥୀ ଛାତ୍ରୀ ଙ୍କୁ ପାଠ ପଚାରିଲେ ପାଠ କହି ନ ପାରିଲେ ଛାତ୍ରୀଙ୍କୁ କୁହନ୍ତି ତମ ବାପା ମାଙ୍କୁ ନେଇ ଆସ ପାଠ ପଢ଼ିବେ ବୋଲି ପ୍ରାୟ ଛାତ୍ରୀଙ୍କ ଠାରୁ ଅଭିଯୋଗ ହେଉଛି l ତେଣୁ ଏହି ପରି ବାରମ୍ବାର ଆକ୍ଷେପ କରି ଆଦିବାସୀ ଗୁଡାକ କଣ ଜାଣିପାରିବ ବୋଲି ଛାତ୍ରୀଙ୍କୁ ବାରମ୍ବାର କହିବା ପରେ ଝିଅ ଙ୍କ ବାପା ଅର୍ଜୁନ ପୂଜାରୀ ଝିଅ ଙ୍କ ସାର୍ଟିଫିକେଟ ଉଠେଇ ନେଇ ଅନ୍ୟତ୍ର ଆଡ଼ମିସନ କରିଲେ l ଖବର ଅନୁଯାୟୀ ଏହି ଛାତ୍ରୀ ଙ୍କ ସହ ଆଉ ୬ ରୁ ୭ ଜଣ ଙ୍କ ଅନ୍ୟତ୍ର ଆଡ଼ମିସନ କଲେ l ଆଜକୁ ୭ ମାସ ହବ ସାର୍ଟିଫିକେଟ ଉଠାଇ ନେଇ ଅନ୍ୟତ୍ର ଯଏନ କରାଯାଇଥିବା ବେଳେ ଝିଅ ଙ୍କ ନାମ ରେଜିଷ୍ଟ୍ରେସନ ଖାତା ରୁ ଏବଂ ଅନଲାଇନରୁ କଟା ଯାଇ ନଥିଲା l ତେଣୁ ଏହି ବିଦ୍ୟାଳୟ କୁ ଦୌଡ଼ି ଦୌଡ଼ି ୬ ମାସ ରୁ ୭ ମାସ ହେଉଥିଲେ ମଧ୍ୟ ସମସ୍ୟା ର ସମାଧାନ ହେଇ ନଥିଲା l ଆଜି ଅବିଭାବକ ଅର୍ଜୁନ ପୂଜାରୀ ଆଦର୍ଶ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ସାକ୍ଷାତ କରିବା ରୁ ଶିକ୍ଷୟିତ୍ରୀ ଲପାମୁଦ୍ରା ମହାରଥୀ ସିଧା ସିଧା ଅଶୀଳ ଭାଷାରେ ଆଦିବାସୀ ଗୁଡାକ ତମେ କିଛି ଜାଣିନ l ଗେଟ୍ ଆଉଟ ନାଂସେନ୍ସ ତର କିଛି ହବନି ଯା ପଳା ତୁ କିଛି କରିପାରିବୁନି ବୋଲି ସଂମ୍ମାନ ହାନୀ ହେଲା ଭଳି କହି ବେଜିତ କରିଥିଲେ l ଅଭିଭାବକ ଙ୍କ ଝିଅ କୁ ବାରମ୍ବାର ମାନଶିକ ଚିନ୍ତା ଦେଉଥିବାରୁ l ପାଠ ପଢିବାରେ ଆଘାତ ହେଉଥିବାର ସମ୍ଭାବନା ରହିଛି । ନିଜର ଅସୁବିଧା ବାବଦରେ ସାମ୍ବାଦିକ ଙ୍କ ସାହାରା ନେବା ସହ ତାଙ୍କୁ ମୋର ଦୁଃଖ ଗୁହାରି ବାବଦରେ ସତ୍ୟ ଘଟଣା ଉପରେ ଜଣେଇଥିବାର ଅବିଭାବକ ଅର୍ଜୁନ ପୂଜାରୀ କହିଛନ୍ତି l ଖବର ସଂଗ୍ରହ ପାଇଁ ୨ ସାମ୍ବାଦିକ ଆଦର୍ଶ ବିଦ୍ୟାଳୟ ରେ ଯାଇ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ଭିତରେ ଯିବାର ଅନୁମତି ମାଗି ପ୍ରବେଶ କରିଥିଲେ l ତେଣୁ ୨ ସାମ୍ବାଦିକ ପଚାରିଥିଲେ ଯେ ଲୋପାମୁଦ୍ରା ମହାରଥୀ ପ୍ରଧାନ ଶିକ୍ଷୟିତ୍ରୀ ବିରୋଧ ରେ ଅଭିଯୋଗ ହେଇଛି ଆପଣ ଛାତ୍ରୀ ଙ୍କ ନାମ କୁ ନାମ ଲେଖା ଖାତାରୁ ଏବଂ ୟୁ ଢ଼ାଇସ ରୁ କାଟି ନାହାନ୍ତି, ସେ ଛାତ୍ରୀ ଅସୁବିଧା ହେଉଛି ପରୀକ୍ଷା ଦେବାରେ ବୋଲି କହିବାରୁ l ସିଧା ସିଧା ଆପଣ ମାନେ କିଏ ଓ କାର୍ଡ ଦେଖାନ୍ତୁ କହିବାରୁ କାର୍ଡ ଦେଖାଇଲେ ମଧ୍ୟ l ଗେଟ ଆଉଟ ବୋଲି କହି ତମେ ମୋର କିଛି କରିପାରିବ ନାହିଁ,ଜଲ୍ଲଦି ବାହାର କୁ ଯାଅ ବୋଲି ତାଙ୍କ ସହଯୋଗୀ ଶିକ୍ଷକ ଙ୍କୁ କହି ବାହାରକୁ ତଡି ଦେଇଥିଲେ l ଏବାଵଦରେ ଅମେ ଜିଲ୍ଲା ପାଳଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ଫୋନ ଉଠାଇ ନଥିଲେ l ତେଣୁ ଉପ ଜିଲ୍ଲା ପାଳ ଙ୍କୁ ଫୋନ ରେ ଯୋଗାଯୋଗ କରିଥିବାରୁ ଫୋନ ଉଠାଇ ଥିଲେ l ତେଣୁ ଆମ୍ବେ ଏହି ସମ୍ପର୍କ ରେ ଜଣେଇଥିଲୁ l ଏବଂ ଉପ ଜିଲ୍ଲା ପାଳ କହିଥିଲେ ଯେ ମୁଁ ଏହାର ତଦନ୍ତ ପରେ ନ୍ୟାୟ ଗତ କାର୍ଯ୍ୟାନୁଷ୍ଠାନ କରିବେ l ତତ୍ତ୍ ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ସାକ୍ଷାତ କରିବାରୁ ମୁଁ ଏହାର ତଦନ୍ତ ପରେ ଉଚିତ କାର୍ଯ୍ୟନୁଷ୍ଠାନ ନେବି ବୋଲି ସମୟ ୪ ଘଣ୍ଟି କା ପର୍ଯ୍ୟନ୍ତ ମାଗିଥିଲେ l କାର୍ଯ୍ୟନୁଷ୍ଠାନ ନିଆ ଯାଇଛି କି ନାହିଁ l ତେଣୁ ଜଣେ ନିରୀହ ଅବିଭାବକ ଆଦିବାସୀ ଅଧ୍ୟୁଷିତ ଅଂଚଳ ହେଲେ କଣ ସଂମ୍ମାନର ସହ ବଂଚିବାର ଏବଂ ନ୍ୟାୟ ପାଇବାର ଅଧିକାର ନାହିଁ କି ? ଯଦି ଏହି ଅବିଭାବକ ଙ୍କ ଉପରେ ଆଜକୁ ୬ ରୁ ୭ ମାସ ବିତି ଆସୁଛି ଘୋର ସମସ୍ୟା,ତେଣୁ ଆଉ ଆଗକୁ ଅନ୍ୟ ଅବିଭାବକଙ୍କ ଉପରେ ଏହି ପରି ମାନସିକ ଚାପ ନ ରହିବା ସହ ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ପ୍ରତି ବାଧା ପ୍ରାପ୍ତ ନ ହେବାକୁ ବହୁ ଅଭିଭାବକ ମହଲରେ ଆଲୋଚନା ହେଉଛି ।

nis-ad
Leave A Reply

Your email address will not be published.