ଉମରକୋଟ /ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଜଳଙ୍ଗପାରା ପଞ୍ଚାୟତର ଜଳଙ୍ଗପାରା ଡିଏନକେ(DNK) ଗ୍ରାମରେ ବିଗତ କାଲି ସନ୍ଧ୍ୟାରେ ମହାଆରମ୍ବର ସହିତ ଭକ୍ତି ସମାରହରେ ଡ଼ଙ୍କା, କାଶ, ଖଞ୍ଜୋନୀ ଧ୍ୱନିରେ ପୁରା ଗ୍ରାମ ପ୍ରକମ୍ପିତ ହୋଇ ଅବଲ,ବୃଦ୍ଧ, ବନିତା ଓ କୁନି କୁନି ଛୋଟ ଛୋଟ ପୁଅ ଝିଅ ମାନେ ଡଙ୍କାର ବାଦ୍ଧରେ ନାଚ ଓ ହରିବୋଲ କହି ଝୁମି ଯାଇଥିଲେ।

ଅଞ୍ଚଳ ଦଳ ଓ ବହିରାଗତ ଦଳକୁ ଗ୍ରାମର ଭକ୍ତିମତି ମାତୃ ମା ମାନେ ଶ୍ରଦ୍ଧା ସହକାରେ ଆଗତ ସମସ୍ତ ଦଳକୁ ଥାଳିରେ ଧୂପ ଦୀପ ପ୍ରଯ୍ୟଳିତ କରି ବରଣ କରି ହରିଚାନ୍ଦ, ଗୁରୁଚାନ୍ଦ ମନ୍ଦିର କୁ ନେଇଥିଲେ।ଉମରକୋଟ, ରାଇଘର ର ବିଭିନ୍ନ ଗ୍ରାମର ହରିବୋଲ ଦଳପତି ମାନେ ସେମାନଙ୍କର ନିଜ ନିଜ ଦଳ ନେଇ ଏହି ହରିଚାନ୍ଦ, ଗୁରୁଚାନ୍ଦ ଭକ୍ତ ସମାରହରେ ଯୋଗଦାନ କରି ଆଜିର ଏହି ଭକ୍ତି ଅନୁଷ୍ଠାନର ଶୋଭାବର୍ଧନ କରିଥିଲେ।ଉଲ୍ଲେଖ ଥାଉ ଏ ବର୍ଷ ଜଳଙ୍ଗପାରା ଗ୍ରାମରେ ପ୍ରଥମ ଥର ଏହି ହରିଚାନ୍ଦ, ଗୁରୁଚାନ୍ଦ ଭକ୍ତ ସମାରହ ଉଦଯାପନ ଓ ଠାକୁରଙ୍କ ମହାପ୍ରସାଦ ସେବନ ବ୍ୟବସ୍ଥା, ଆଦର, ସଂମାନ ଦେଖି ଆଗତ ସମସ୍ତ ଭକ୍ତ /ଭକ୍ତା ମୁକ୍ତ କଣ୍ଠରେ ଉଚ୍ଚ ସ୍ବରରେ ଜୟ ହରିବୋଲ ଜୟ ହରିବୋଲ ଏବଂ ସାଧୁ ସାଧୁ କହି ନମଣ କରିଛନ୍ତ।
