ଓଡ଼ଗାଁ ବ୍ଲକ ରେ ୨୦୪ ଅଯୋଗ୍ୟ ରାସନ କାର୍ଡ ଧାରୀ ଚିହ୍ନଟ…

add-all


ନୟାଗଡ଼: ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକରେ ୨୦୪ଜଣ ଅଯୋଗ୍ୟ ରାସନ କାର୍ଡ ଧାରୀ ଚିହ୍ନଟ ହୋଇଥିବା ବେଳେ ୨୩ ଜଣ ରାସନ କାର୍ଡ ଫେରାଇ ଦେଇଛନ୍ତି । ଏହି ୨୦୪ଟି ରାସନ କାର୍ଡ ରେ ୭୧୧ ଜଣ ପ୍ରତ୍ୟେକ ମାସରେ ୫କିଲୋଗ୍ରାମ ହିସାବରେ ୩୬କୁଇଣ୍ଟାଲ ଚାଉଳ ଏବଂ ଫେରାଇଥିବା ୨୩ଟି କାର୍ଡ ର ମୋଟ ୮୫ ଜଣ ହିତାଧିକାରୀ ମୋଟ ପ୍ରତିମାସରେ ୪କୁଇଣ୍ଟାଲ ୨୫କିଗ୍ରା ଚାଉଳ କୁ ଖାଦ୍ୟ ସୁରକ୍ଷା ଅଧୀନ ଯୋଗ୍ୟହିତାଧିକାରୀ ଙ୍କୁ ପ୍ରଦାନ କରାଯିବ ।୧୮୧ ଜଣ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଡ ଫେରସ୍ତ ନକଲେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଜଣାପଡିଛି । ଅଯୋଗ୍ୟ ତଥା ଭୂତ ରାସନ କାର୍ଡ ହିତାଧିକାରୀଙ୍କୁ ବାଦ ଦେବାକୁ ଇ- କେୱାସି ଚାଲିଥିବା ବେଳେ ଏହାର ସମୟସୀମା ଫେବୃଆରୀ ୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ନୂତନ ଭାବେ ଆବେଦନ କରିଥିବା ହିତାଧିକାରୀ ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇ ନୂତନ କାର୍ଡ ଦିଆଯିବ ବୋଲି ଜଣାପଡିଛି ।

ad-week
Leave A Reply

Your email address will not be published.