ଧରାକୋଟ ବ୍ଲକ ରେ ଗମ ଧାନ ବୋଲି ସ୍ୱଳ୍ପ ଅର୍ଥ ଦେଇ ଚାଷୀଙ୍କୁ ଲୁଟୁଛନ୍ତି ମିଲର..!

ମାନ ନିର୍ଧାରଣ କରୁଥିବା ପ୍ରଶାସନ ବଟି ନେଇ ନୀରବ..!

ଏବେ ମିଲେର ମାନଙ୍କୁ ଗମ ଧାନର ଭିଜୁଆଲ ଦେଖାଇ ଲୁଟୁ ଛନ୍ତି ଗୋଦି ମିଡ଼ିଆ ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଅଦିନିଆ ବର୍ଷା ଯୋଗୁଁ ଚାଷୀମାନଙ୍କ ଧାନ ଫସଲ ନଷ୍ଟ ହୋଇଯାଇଥିଲା। ଏବେ ଚାଷୀ ମାନଙ୍କ ଦୁଃଖ ନକହିଲେ ଭଲ ଧରାକୋଟ ବ୍ଲକର ବିଭିନ୍ନ ଇଲାକାରେ ଥିବା ମିଲେର ମାନେ ଚାଷୀମାନଙ୍କ ଧାନକୁ ଗମ ଧାନ ବୋଲି ସ୍ୱଳ୍ପ ଅର୍ଥ ଦେଇ କ୍ରୟ କରୁଛନ୍ତି। ମିଲେର ମାନେ ଗମ ଧାନ ବୋଲି ଚାଷୀ ମାନଙ୍କ ଧାନ ଫେରାଇବା ବେଳର ଦୃଶ୍ୟ ମିଡ଼ିଆ ବନ୍ଧୁ ମାନଙ୍କ ହାତରେ ପଡିବା ପରେ ଚାଷୀଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ମିଲେର ମାନଙ୍କ ପାଖରୁ ୪୫ ହଜାର ଟଙ୍କା ବଟି ଆଦାୟ କରିଥିବା ସମ୍ପର୍କ ରେ ତିନିଜଣ ମିଡ଼ିଆ ମାନଙ୍କ ନାମରେ ଅଭିଯୋଗ ହେଉଛି। ଚାଷୀଙ୍କ ଧାନ ମିଲେର ଫେରାଇବା ଯୋଗୁଁ ଚାଷୀ ଚିନ୍ତାରେ ହୃଦଘାତ ହେଲେ ବୋଲି ଖବର ପ୍ରକାଶ କରିବା ପରେ ମିଡ଼ିଆ ଭାଇ ମାନେ ଏବେ ମିଲେର ମାନଙ୍କୁ ଧମକ ଦେଇ ଅର୍ଥ ନେବା ପରେ ଅନ୍ୟ ମିଲେର ମାନଙ୍କୁ ଅର୍ଥ ଦାବୀ କରୁଥିବା ଅଭିଯୋଗ ଆସୁଛି । ଧରାକୋଟ ଅଞ୍ଚଳ ରେ ଖଳା ନିକଟରେ ଥିବା ଚାଷୀମାନ ଙ୍କ ଠାରୁ ଗମ ଧାନ ସମ୍ପର୍କ ରେ ତଥ୍ୟ ଆଣି ଇନପୁଟ ମାନଙ୍କୁ ଦେଖାଇ ଇଲୋକଟ୍ରୋନିକ୍ସ ମିଡ଼ିଆ ଅର୍ଥ ଦାବୀ କରୁଛନ୍ତି। ଧରାକୋଟ ବ୍ଲକ ରେ ଏଭଳି ଘୁରି ବୁଲୁଥିବା ମିଡ଼ିଆ କୁ ମିଲେର ମାନେ ଏବେ ସେମାନଙ୍କ ପ୍ରତି କାର୍ଯ୍ୟାନୁ ଷ୍ଠାନ ନେବା ପାଇଁ ସଜବାଜ ହେଉଥିବା ଆଲୋଚନା ହେଉଛି। ରାତ୍ର ସମୟରେ ଚାଷୀମାନଙ୍କୁ କ୍ଷୟକ୍ଷତି ଦେବେ ସରକାର ବୋଲି ଧାନ ସମ୍ପର୍କ ରେ ବିଭିନ୍ନ ଏଙ୍ଗେଲ ରେ ଭିଜୁଆଲ ନେଇ ମିଡ଼ିଆ ବନ୍ଧୁ ମାନେ ସକାଳେ ମିଲେର ମାନଙ୍କ ପାଖକୁ ଯାଇ ବ୍ଲାକମେଲ କରି ଅର୍ଥ ହାଡ଼ପ କରୁଥିବା ଚର୍ଚ୍ଚା ଏବେ ହେଉଛି। ଲୋକେ କହୁଛନ୍ତି ମିଲେର ଲୁଟିଲେ ଚାଷୀଙ୍କୁ ମିଡ଼ିଆ ଲୁଟିଲେ ମିଲେର ମାନଙ୍କୁ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଲାଣି l ଏହି ଭଳି ଗୋଦି ଓ ଦଲାଲ ମିଡ଼ିଆ ପ୍ରତି ପ୍ରଶାସନ ଓ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବି ହେଉଛି ନଚେତ ଉଭୟ ପ୍ରଶାସନ ଓ ସରକାର ବଦନାମ ହେବେ l

nis-ad
Leave A Reply

Your email address will not be published.