ମହୁ ମାଛି ଆକ୍ରମଣରେ ୨୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ

କଳାହାଣ୍ଡି: ମହୁ ମାଛି ଆକ୍ରମଣରେ ୨୦ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଆହତ ହୋଇ ଥିବା ଜଣାପଡିଛି । ଏଭଳି ଖବର ଆସିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଉପକଣ୍ଠ ଦୁଆରଶୁଣି ଗ୍ରାମରୁ । ଏକ ଘରୋଇ ସ୍କୁଲରେ ହଠାତ୍ ଛାତ୍ର ଛାତ୍ରୀ ମାନଙ୍କୁ ମହୁ ମାଛି ଆକ୍ରମଣ କରି ଥିଲା ।

ଆଜି ବସନ୍ତ ପଞ୍ଚମୀ ଅବସରରେ ଆଜି ସରସ୍ଵତୀ ପୂଜା ଚାଲି ଥିବା ସମୟରେ ମହୁ ମାଛି ଛାତ୍ର ଛାତ୍ରୀ ମାନଙ୍କୁ ଆକ୍ରମଣ କରିବା ସହିତ ସ୍କୁଲର କର୍ମଚାରୀ ମାନଙ୍କୁ ଆକ୍ରମଣ କରିଥିଲା ଉକ୍ତ ସ୍କୁଲ ରେ ହିଁ ଦୁଇଟି ମହୁ ଫେଣା ତିଆରି କରି ମହୁ ମାଛି ବସା କରି ଥିଲା । ଯାହା ଫଳରେ ୨୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ସମେତ ସ୍କୁଲ ର କର୍ମଚାରୀଙ୍କ ଆହତ ହୋଇଥିଲେ ।

ପରେ ସଙ୍ଗେ ସଙ୍ଗେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଯାଇଥିଲା । ଚିକିତ୍ସା ପରେ ସମସ୍ତ ଆହତ ଛାତ୍ରଛାତ୍ରୀ ଓ କର୍ମଚାରୀ ନିଜ ନିଜ ଘରକୁ ଫେରି ଯାଇଥିବା ଜଣାପଡିଛି ।

ad-week
Leave A Reply

Your email address will not be published.