ଶ୍ରୀପଞ୍ଚମୀରେ ସରସ୍ୱତୀ ବେଶରେ ଦର୍ଶନ ଦେଲେ, ଉତ୍କଳ ଭାରତୀ ମା ସାରଳା

add-all

ଝଙ୍କଡ଼ : ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ କାବ୍ୟ କଳାର ଆରାଧ୍ୟା ଦେବୀ ଭାବରେ, ପ୍ରତିଷ୍ଠିତ। ସେଥି ପାଇଁ ତାଙ୍କୁ ଉତ୍କଳ ଭାରତୀ, ବାଗଦେବୀ ଓ ବିଦ୍ୟାପ୍ରଦାୟିନୀ ଭାବେ ଗ୍ରହଣ କରାଯାଇ ଥାଏ। ମାଘ ଶୁକ୍ଳ ଶ୍ରୀପଞ୍ଚମୀ ଦିନ, ପ୍ରାୟ ୩୦ ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମେତ ବହୁ ସାହିତ୍ୟିକ, ସାରସ୍ୱତ ସାଧକ ଓ ବିଦ୍ୟାର୍ଥୀମାନେ ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିବାର ଦେଖିବାକୁ ମିଳିଥିଲା। କେତେକ ଶ୍ରଦ୍ଧାଳୁ ଭକ୍ତ ନିଜ ନିଜର ସନ୍ତାନ ସନ୍ତତି ମାନଙ୍କର ମଧ୍ୟ ବିଦ୍ୟାରମ୍ଭ ବା ଖଡ଼ି ଛୁଆଁ କରାଇଥିଲେ। ସନ୍ଧ୍ୟାଆରତୀ ସମୟରେ ମାଆଙ୍କର ଦିବ୍ୟ ଲାବଣ୍ୟମୟୀ ସରସ୍ଵତୀ ବେଶ ଦର୍ଶନ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଆରତୀ ପରେ ପରେ ଏହି ବସନ୍ତିପଞ୍ଚମୀ ଉପଲକ୍ଷେ ସ୍ବତନ୍ତ୍ର ନୀତି କାନ୍ତି ରେ ଏକ ରୁପା ଥାଳିରେ ଅବିରଲାଗି କରାଯାଇଥିଲା। ଏହି ନୀତିରେ ବ୍ୟବହୃତ ଉଲାଗି ଅବିର କୁ ସେବାୟତ ମାନେ ଭକ୍ତମାନଙ୍କ ମଥାରେ ବୋଳି ଦେଇଥିଲେ। ଆଦ୍ୟ ବସନ୍ତଋତୁ ର ପ୍ରାରମ୍ଭରେ ଏହି ସ୍ବତନ୍ତ୍ର ନୀତି, କେଉଁ ଆବହମାନ କାଳରୁ ପ୍ରଚଳିତ ହୋଇ ଆସୁଅଛି। ତେବେ ବର୍ଷରେ ୨ ଥର ମା ସାରଳା ସରସ୍ୱତୀ ବେଶରେ ସଜ୍ଜିତ ହୋଇଥାନ୍ତି । ଶ୍ରୀ ପଞ୍ଚମୀ ଓ ମାଘ ସପ୍ତମୀ ଦିନ ସନ୍ଧ୍ୟା ସମୟରେ ମାନଙ୍କ ସିଂଙ୍ଗl ରି ସେବକ ମାନେ ମାଆଙ୍କୁ ସରସ୍ଵତୀ ବେଶରେ ସଜ୍ଜିତ କରାଇଥାଆନ୍ତି।

ad-week
Leave A Reply

Your email address will not be published.