ଶ୍ରୀରଘୁନାଥଜୀଉଙ୍କ ଓଢଣ ଓଲାଗି ବେଶ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲାର ସ୍ଵର୍ଣ୍ଣ କଳସ କ୍ଷେତ୍ରରେ ବିଜେ ପ୍ରଭୁ ଶ୍ରୀରଘୁନାଥଜୀଉଙ୍କ ଓଢଣ ଓଲାଗି ବେଶ ଅନୁଷ୍ଠିତ ହୋଇଛି ।ସାଧାରଣତଃ ମାର୍ଗଶିର ଓଢଣଷଷ୍ଠୀ ଠାରୁ ମାଘ ଶୁକ୍ଳ ବରଦା ଚତୁର୍ଥୀ ପର୍ଯ୍ୟନ୍ତ ଶ୍ରୀଜୀଉ ଶୀତବସ୍ତ୍ର ପରିଧାନ କରିଥାନ୍ତି । ବସନ୍ତ ପଞ୍ଚମୀ ଠାରୁ ଓଢଣ ଓଲାଗି ବେଶ ବା ଶ୍ରଦ୍ଧାଳୁ ମାନେ ଶ୍ରୀଜୀଉଙ୍କର ପୂର୍ଣ୍ଣାଙ୍ଗ ରୂପକୁ ଦର୍ଶନ କରିପାରିବେ ।ବସନ୍ତ ପଞ୍ଚମୀ ନୀତି ଅନୁଯାୟୀ ଖେଚୁଡ଼ି ଧୂପ ପରେ ମଧ୍ୟାହ୍ନ ୧୨ଟା ବେଳେ ଶ୍ରୀଜୀଉ ଙ୍କ ଆଜ୍ଞାମାଳ ପାଇ ରତ୍ନବେଦିରେ ଆଳତୀ ପରେ ମଣି ବିମାନରେ ବିଜେକରି ଶ୍ରୀଜୀଉ ମଣ୍ଡପକୁ ବିଜେ ହୋଇଥିଲେ । ଦୋଳି ଖଟୁଲିରେ ଶ୍ରୀଜୀଉମାନେ ଅବସ୍ଥାନ କରିବା ପରେ ପାଞ୍ଚ ଉପଚାରରେ ଶ୍ରୀପଞ୍ଚମୀ ବନ୍ଦାପନା କରାଯାଇଥିଲା । ପରେ ରାତି ୮ଟା ବେଳେ ଶ୍ରୀଜୀଉମାନେ ପୁନଃ ମଣି ବିମାନରେ ବିଜେକରି ନଗର ପରିକ୍ରମା କରି ଚାଚେରୀ ଭୋଗ ନୈବେଦ୍ୟ ପାଇ ମନ୍ଦିରରେ ପ୍ରବେଶ କରିଥିଲେ । ମନ୍ଦିରରେ ପାର୍ଶ୍ଵ ଦେବୀ ରୂପେ ପୂଜା ପାଉଥିବା ମା ସରସ୍ଵତୀ ଙ୍କ ନିକଟରେ ସ୍ଵତନ୍ତ୍ର ରାଜଭୋଗ ଓ ଆଳତୀ ଅର୍ପଣ ହୋଇଥିଲା ।ଆଜିର ପାଳିଆ ପଣ୍ଡା ରଂଜନ ମହାପାତ୍ର, ପରିଛା ହରିବନ୍ଧୁ ଷଡ଼ଙ୍ଗୀ, ପୂଜକ ପରିଷଦ ର କର୍ମକର୍ତ୍ତା, ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.