ଧାନ ମଣ୍ଡିରେ କଟନୀ ଛାଟନି ପାଇଁ ସ୍ଥାନୀୟ ନେତା ମାନେ ଦାୟୀ….!

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକ ରେ ଏବେ ଚାଷୀ ମାନଙ୍କ ଠାରୁ କଟନୀ ଛାଟନୀ ରେ ଏବେ ୮ କିଲୋ ଧାନ ନେଉଥିବା ଅଭିଯୋଗ ହେଉଛି। ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପର ଠାରୁ ଆଜି ଯାଏଁ ଏହି ଭଳି ଅବସ୍ଥା ରାଜ୍ୟରେ କେବେ ବି ଦେଖା ଦେଇନଥିବା ଚର୍ଚ୍ଚା ହେଲାଣି। ବିଭିନ୍ନ ଆଳ ଦେଖାଇ ଏହି ୮ କିଲୋ ଧାନ କାଟି ମିଲର ମାନେ ଚାଷୀ ମାନଙ୍କ ଠାରୁ ରଖୁଛନ୍ତି। ଡ଼ବଲ ଇଞ୍ଜିନ ସରକାର ଚାଷୀ ମାନଙ୍କ ପାଇଁ ଚିତ୍କାର କରୁଥିବା ବେଳେ ଏହି କଟନୀ ଛଟନୀ ରେ ଯେତିକି ବାଟମାରଣା ହେଉଛି। ସେଥିରୁ ଜିଲ୍ଲାରୁ ରାଜଧାନୀ ପର୍ଯ୍ୟନ୍ତ ସମସ୍ତଙ୍କର ଏଥିରେ ଭାଗ ଥିବା ନେଇ ଗ୍ରାମାଞ୍ଚଳ ରେ ଚର୍ଚ୍ଚା ହେଉଛି। ଏହି ୮ କିଲୋ କଟନୀ ଛଟନୀ ପାଇଁ ସ୍ଥାନୀୟ ନେତା ଯୋଗାଣ ବିଭାଗଙ୍କ ଜାଣତ ରେ ଚାଷୀ ମାନଙ୍କୁ ଶୋଷଣ ହେଉଥିବା ନେଇ ସବୁ ମହଲ ରେ ଆଲୋଚନା ହେଉଛି। କଟନୀ ଛଟ ନି ସମ୍ପର୍କ ରେ ରୀତିମତ ଖବର ପ୍ରକାଶ ହେଲେ ବି ଆଜି ସୁଦ୍ଧା ଯେଉଁ ଅଞ୍ଚଳ ରେ ଏହି କଟନୀ ଛଟନୀ ହେଉଛି, ସେ ଅଞ୍ଚଳର ନେତା ମାନେ ପରିଦର୍ଶନ ରେ କାହିଁକି ଯାଉନାହାନ୍ତି।ଗତ ଡିସେମ୍ବର ମାସରେ ଅଦିନିଆ ବର୍ଷା ରେ ଗଞ୍ଜାମ ଜିଲ୍ଲାର ଚାଷୀ କୂଳ ହତାଶ ହୋଇଥିବା ବେଳେ ଏବେ ମିଲେର ମାନଙ୍କ ଦୌରାତ୍ମ୍ୟ ଚାଷୀ ମାନଙ୍କ ପାଇଁ କଟା ଘାରେ ଚୂନ ସଦୃଶ୍ୟ ହୋଇଛି। ନିର୍ବାଚନ ପୂର୍ବରୁ କଟନୀ ଛଟନୀ ନେଇ ଜୋର ଦାର ତୁମ୍ବି ତୋଫାନ ହେଉଥିଲା।ସରକାର ଗଠନ ପରେ ପ୍ରଶାସନ ଓ ନେତାମାନେ ଜଳକା ସାଜିଥିବା ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.