କୋର୍ଟଙ୍କ ଆଦେଶକୁ ଅବମାନନା, ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୪ ଜଣଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରୀ

add-all

ମାଲକାନଗିରି, ୩।୨ : ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ମୃତ୍ୟୁ ଘଟଣାରେ ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ଅନ୍ୟ ତିନି ଜଣଙ୍କ ନାମରେ ଜାମିନ ବିହୀନ ଗିରଫ ପର୍-ୱାନା ଜାରି କଲେ ମାଲକାନଗିରି ଏସଡିଜେଏମ। ତତ୍କାଳୀନ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ମାଲକାନଗିରି ଏସଡିଜେଏମ ଏହି ଫଇସଲା ଶୁଣାଇଛନ୍ତି। ଖବର ଅନୁଯାୟୀ ଗତ ୨୦୧୯ ଡିସେମ୍ବର ୨୭ରେ ସନ୍ଦେହ ଜନକ ଭାବେ ନିଖୋଜ ହୋଇଯାଇଥିଲେ ମାଲକାନଗିରି ତତ୍କାଳୀନ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା। ନିଖୋଜର ଦିନକ ପରେ ମାଲକାନଗିରି ଉପଖଣ୍ଡ ସତୀଗୁଡା ଜଳ ଭଣ୍ଡାରରୁ ଦେବ ନାରାୟଣଙ୍କ ମୃତ ଦେହ ଠାବ ହୋଇଥିଲା। ଯାହାକୁ ନେଇ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପତ୍ନୀ ବନଜା ପଣ୍ଡା। ଏନେଇ ଏକ ମାମଲା ରୁଜ୍ଜୁ ହୋଇଥିବା ସହ ଏହି ମାମଲା ବିଚାରଧିନ ଥିବା ବେଳେ ବାରମ୍ବାର ସମନ ପାଇ କୋର୍ଟରେ ହାଜର ନ ହୋଇ ସମୟ ପରେ ସମୟ ଗଡାଇ ଚାଲୁଥିଲେ ମନୀଷ ଅଗ୍ରୱାଲ ଓ ତାଙ୍କ ସହଯୋଗୀ। ପ୍ରଥମେ ମାଲକାନଗିରି କୋର୍ଟ ପରେ ହାଇ କୋର୍ଟ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ବର୍ତ୍ତମାନ ମାଲକାନଗିରି ଏସଡିଜେଏମ କୋର୍ଟରେ ଶୁଣାଣି ପାଇଁ ମନୀଷ ଅଗ୍ରୱାଲ ଓ ତାଙ୍କ ୩ ସହଯୋଗୀଙ୍କୁ କୋର୍ଟଙ୍କ ପକ୍ଷରୁ ବାରମ୍ବାର ସମନ କରିଥିଲେ ସୁଦ୍ଧା ସେମାନେ ସମୟ ଗଡାଉଥିବାରୁ ମାଲକାନଗିରି ଏସଡିଜେଏମ ସମସ୍ତଙ୍କ ନାମରେ ଜାମିନ ବିହୀନ ଗିରଫ ପର୍-ୱାନା ଜାରି କରିଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.