
ବିରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ପୂର୍ବାଞ୍ଚଳର ୱାର୍ଡ ନମ୍ବର ୧୦, ମିସ୍ତ୍ରୀ ଦଫେଇ ସାମ୍ନାରେ ଥିବା ଛୋଟ କ୍ରିକେଟ୍ ପଡ଼ିଆରେ ରବିବାର, ୦୨/୦୨/୨୫ ସନ୍ଧ୍ୟା ୬ଟାରୁ ସକାଳ ୩.୩୦ ପର୍ଯ୍ୟନ୍ତ ଏକ ନକଆଉଟ୍ ସର୍ଟ କ୍ରିକେଟ୍ ଟୁର୍ନାମେଣ୍ଟ ଆୟୋଜନ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ବୀରମିତ୍ରପୁରର ମିସ୍ତ୍ରୀ ଦଫାଇ ରେଡ ରୋଜ କ୍ଲବ ଦ୍ୱାରା ଆୟୋଜିତ ହୋଇଥିଲା! ଏହି ଟୁର୍ଣ୍ଣାମେଣ୍ଟରେ ବୀରମିତ୍ରପୁର ପୂର୍ବାଞ୍ଚଳର 16ଟି ଦଳ ଅଂଶଗ୍ରହଣ କରିଥିଲେ! ଏହି ଟୁର୍ଣ୍ଣାମେଣ୍ଟରେ ବୀରମିତ୍ରପୁର ବିଧାୟକ ଶ୍ରୀଯୁକ୍ତ ରୋହିତ ଯୋସେଫ ତିର୍କୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ, ନଗର ପାଳିକା ଉପାଧ୍ୟକ୍ଷ ଶ୍ରୀମତୀ ନିବେଦିତା ବାଗେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ, ୱାର୍ଡ ନମ୍ବର 10 କାଉନସିଲର ଶ୍ରୀମତୀ ରୀତା ବାଡାଇକ, ବୀରମିତ୍ରପୁର ସାମ୍ବାଦିକ ସଞ୍ଜୟ ଶର୍ମା, ଆଳକ କର ( ଉଣ୍ଡି) ଏବଂ ଅବଦୁଲ ସୋହାଭ (ସାହିଦ) ମଧ୍ୟ ଉପସ୍ଥିତ ଥିଲେ! ଟୁର୍ଣ୍ଣାମେଣ୍ଟରେ 8 ଜଣ ଖେଳାଳିଙ୍କ ଏକ ଦଳ ଗଠନ କରାଯାଇଥିଲା! ପ୍ରତ୍ୟେକ ମ୍ୟାଚ୍ 6 ଓଭରର ଥିଲା! ୧୬ଟି ଦଳ ମଧ୍ୟରୁ ଫାଇନାଲ ମ୍ୟାଚ୍ ଇଦଗା ଟିମ ଏବଂ ଶାହିନ କ୍ଲବ ମଧ୍ୟରେ ଖେଳାଯାଇଥିଲା। ଇଦଗା ଟିମର ଖେଳାଳିମାନେ ଭଲ ଖେଳିଲେ ଏବଂ 10 ରନରେ ରୁ ବିଜେଇ ହୋଇଥିଲେ ! ଏହି ଟୁର୍ଣ୍ଣାମେଣ୍ଟରେ ରେଡ ରୋଜ୍ କ୍ଲବର ସମସ୍ତ ସଦସ୍ୟ ଯଥା ମହମ୍ମଦ ଏଜାଜ୍ ଆଲାମ୍, ମହମ୍ମଦ ମୋହସିନ୍, ଟାଇଗର ଖାନ, ଜାନୁ ଆଲାମ୍, ସାକିବ୍ ରାଜା, ଶକିଲ୍ ଅଖତର, ଲାଲୁ ଏବଂ ଭୋଲୁ ଉପସ୍ଥିତ ରହି ସହଯୋଗ କରିଥିଲେ !