ଛାତ୍ର ନେତାଙ୍କ ଗିରଫକୁ ଦୃଢ଼ ବିରୋଧ କରିଲା ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ

ବ୍ରହ୍ମପୁର : ବିବାଦୀୟ ମନ୍ତବ୍ୟ ଦେଇଥିବା ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ଗସ୍ତକୁ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରିବା ସହିତ କଳା ପତାକା ପ୍ରଦର୍ଶନ କରିଥିଲା ଛାତ୍ର କଂଗ୍ରେସ।ତେବେ ସରକାର ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନ ଓ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଗଣତାନ୍ତ୍ରିକ ଗିରଫ କରିଛି।ଏହାର ପ୍ରତିବାଦରେ ସୋମବାର ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୋହନ ଭାଗବତ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋଟୋ ପୋଷ୍ଟର ଦାହ କରିଥିଲା। ବିଗତ ଦିନରେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ରାମ ମନ୍ଦିର ପ୍ରତିଷ୍ଠା ପରେ ଭାରତ ସ୍ୱାଧୀନତା ହେଲା ବୋଲି ବିବାଦୀୟ ମନ୍ତବ୍ୟ ଦେଇ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଉପରେ ପ୍ରଶ୍ନ ଉଠାଇ ଅସମ୍ମାନ କରିଥିଲେ ବୋଲି ଅଭିଯୋଗ କରିଛି କଂଗ୍ରସ। ଏହାକୁ ବିରୋଧ କରି ମୋହନ ଭାଗବତଙ୍କ ଭୁବନେଶ୍ୱର ଗସ୍ତ ସମୟରେ ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ କଳା ପତାକା ଦେଖାଇଥିଲେ । କିନ୍ତୁ ବିଜେପି ସରକାର ବିରୋଧୀଙ୍କ ପାଟି ବନ୍ଦ କରିବା ପାଇଁ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଓ କଂଗ୍ରେସ କର୍ମୀମାନଙ୍କୁ ଅଗଣାନ୍ତ୍ରିକ ଭାବେ ଗିରଫ କରିଥିଲା । ଆଜି ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ଆବାହକ ରୁଦ୍ର ଖଟୁଆଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭ ରେ ବ୍ରହ୍ମପୁର ବିଧାନସଭା ଯୁବ କଂଗ୍ରେସ ସଭାପତି ତତସତ ସୁବୁଦ୍ଧିଙ୍କ, ଅଭିନାସ ବେହେରା ବଳରାମ ସାହୁ, ମାନସ ରଞ୍ଜନ ପ୍ରହରାଜ, ମୋନଜ ପାତ୍ର ଓ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.