ହଷ୍ଟେଲ ପଛରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ…

ଶିକ୍ଷା ବର୍ଷ ମଧ୍ୟରେ ୬ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ…

କାଲିମେଳା,୦୪|୦୨ ହଷ୍ଟେଲ ପଛରେ ଥିବା ଏକ ମହୁଲ ଗଛରୁ ମିଳିଲା ଛାତ୍ରଙ୍କ ମୃତଦେହ । ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। କାଲିମେଳା ବ୍ଲକ ଅନ୍ତର୍ଗତ ଗମ୍ଫାକୋଣ୍ଡl ହଷ୍ଟେଲ ପଛରୁ ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତ ଛାତ୍ର ଜଣଙ୍କ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଳକ ଅନ୍ତର୍ଗତ କାମୱାଡା ଗାଁର ମୁକା ମାଡକାମି ଙ୍କ ପୁଅ ରିଗେନ ମାଡକାମି ବୋଲି ଜଣାପଡିଛି। ଛାତ୍ର ଜଣଙ୍କ ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ। ତେବେ ମୃତ୍ୟୁର କାରଣ ନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଛାନଭିନ ଚଳାଇଛି କାଲିମେଳା ଥାନା ପୁଲିସ । ପୁଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କୋରାପୁଟରୁ ସାଇଣ୍ଟିଫିକ ଟିମ ଆସିଲା ପରେ ହତ୍ୟା ନା ଆତ୍ମହତ୍ୟା ଜଣା ପଡ଼ିବ ବୋଲି ସୂଚନା ମିଳିଛି | ଏହି ଘଟଣାାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ମୃତ ଛାତ୍ର ପରିବାର ।

nis-ad
Leave A Reply

Your email address will not be published.