ଧରାକୋଟ ବ୍ଲକ ରେ କଟନୀ ଛଟନୀ ଓଜନ ରେ ଠକେଇ କହି ମିଲେର ମାନଙ୍କ ଠାରୁ ବଟି ଆଦାୟ…..!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକର ମୁଣ୍ଡ ମରାଇ ଓ କୁଶରାବ ଠାରେ ଥିବା ମିଲେର ମାନେ ଗମ ଧାନ ବୋଲି ସ୍ୱଳ୍ପ ଟଙ୍କା ରେ ଚାଷୀ ମାନଙ୍କ ଠାରୁ ଧାନ ନେଉଥିବା ଅଭିଯୋଗ ଆଣି ତିନି ଜଣ ଇଲୋକ୍ଟ୍ରୋନିକ୍ସ ମିଡ଼ିଆ ଵାଲା ୪୫ ହଜାର ଟଙ୍କା ଦାବୀ କରି ନେଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଧରାକୋଟ ଅଞ୍ଚଳ ରେ ଓଜନ ରେ ଠକେଇ ଗମ ଧାନ ବୋଲି ଚାଷୀଙ୍କୁ ଲୁଟଥିବା ମିଲେର ମାନଙ୍କ ଠାରୁ ଅର୍ଥ ନେଇ ଆଗ ଧାଡ଼ିର ତିନିଜଣ ଇଲୋକ୍ଟ୍ରୋ ନିକ୍ସ ମିଡ଼ିଆ ଵାଲା ଖବର ବନ୍ଦ କରିଥିବା ଜଣାପଡିଛି। ମୁଣ୍ଡମରେଈ କୁଶରାବ ଠାରେ ଥିବା ମିଲେର ମାନଙ୍କ ଠାରୁ ଟଙ୍କା ନେବା ପରେ ଜାହାଡା ମିଲେରଙ୍କୁ ବି ଟଙ୍କା ଦାବୀ କରୁଥିବା ସମ୍ପର୍କ ରେ ସୋସିଆଲ ମିଡ଼ିଆ ରେ ମିଡ଼ିଆ କଥା ବୁଝ ଧାନ ବେପାର କର ବୋଲି ଘୁରି ବୁଲୁଛି। ଏଭଳି ଘଟଣା କୁ ଧରାକୋଟ ଅଞ୍ଚଳ ର ସାମ୍ବାଦିକ ମାନେ ନିନ୍ଦା କରିଛନ୍ତି। ଲୋକଙ୍କ ସମସ୍ୟା ଦୁର୍ନୀତି ସମ୍ପର୍କ ରେ ବିଭିନ୍ନ ସରକାରୀ ଅଫିସର ମାନଙ୍କ ଠାରୁ ବାଇଟ ନେଇ ଦୁର୍ନୀତି କରିଥିବା ଲୋକଙ୍କୁ ସାର ବାଇଟ ଦେଇଛନ୍ତି, ତୁମ ନାମରେ ଟିଭିରେ ବାହାରିବ ବୋଲି ଧମକ ଚମକ ଦେବାର ନଜିର ରହିଛି। ଗତ ବର୍ଷ କିଛି ସରପଞ୍ଚ ମାନଙ୍କ କାର୍ଯ୍ୟାଦେଶ ର ଆର ଟି ଆଇ ରେ ତଥ୍ୟ ମାଗି ବଟି ମାଗିବା ଘଟଣା ଶେଷରେ ଥାନା ଅଭିଯୋଗ ହୋଇଥିଲା। ଧରାକୋଟ ଅଞ୍ଚଳ ରେ ମାଟିଇଟା ପ୍ରସ୍ତୁତ କରୁଥିବା ଇଟା ଭାଟିକୁ ମଧ୍ୟ ଏହି ମିଡ଼ିଆ ଵାଲା ରୀତିମତ ଯାଉଥିବା ଆଲୋଚନା ହେଉଛି। ଧରାକୋଟ ଅଞ୍ଚଳ ରେ ଏହି ତିନିଜଣ ମିଡ଼ିଆ ଵାଲା ଆତଙ୍କ ରାଜ ଖେଳାଇଥିବା ଚର୍ଚ୍ଚା ର ବିଷୟ ହୋଇଛି।

ad-week
Leave A Reply

Your email address will not be published.