ମାଲକାନଗିରି ମହାବିଦ୍ୟାଳୟର ୪୪ତମ ବାର୍ଷିକ ଉତ୍ସବ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ ଥିବା ପୁରାତନ ମହାବିଦ୍ୟାଳୟ ର ୪୪ତମ ବାର୍ଷିକ ଉତ୍ସବ ଆଜି ମହାବିଦ୍ୟାଳୟ ର ଅଧକ୍ଷା ଶ୍ରୀମତୀ ପ୍ରେମ ରେଖା ଭତ୍ରା ଙ୍କ ଅଧକ୍ଷତା ରେ ଆଡ଼ମ୍ବର ସହ ପାଳିତ ହୋଉଯାଇଛି । ଏହି ଅବସର ରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମି, ମୁଖ୍ୟଵକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷା ସମାରୀ ଟାଙ୍ଗୁଲ, ମହାବିଦ୍ୟାଳୟ ର ପ୍ରଥମ ପୂର୍ବତନ ପ୍ରିନ୍ସପାଲ ଆର କେ ଏନ ଏସ ବର୍ମା, ପୂର୍ବତନ ଅଧକ୍ଷ ଲିଙ୍ଗରାଜ ମିଶ୍ର, ଛାତ୍ରସଂସଦ ଉପଦେଷ୍ଠା ଅଧ୍ୟାପକ ଅଶୋକ କୁମାର ଷଡ଼ଙ୍ଗୀ ଯୋଗ ଦେଇ ନୂତନ ଶିକ୍ଷାନୀତି ଓ ପଠା ପଢି ଜଣେ ଜଣେ ସୁନାଗରିକ ହୋଇ ସମାଜର ହିତ ସାଧନ କରିବା ନିମନ୍ତେ ଅତିଥି ମାନେ ଛାତ୍ର ଛାତ୍ରୀ ଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଆବଶର ରେ ପ୍ରଥମ ପ୍ରିନ୍ସପାଲ ଶ୍ରୀ ବର୍ମା ମହାବିଦ୍ୟାଳୟ ପ୍ରତିଷ୍ଠା ସମ୍ପର୍କ ରେ ସୂଚନା ଦେଵା ସହିତ ତାଙ୍କର ପେନସନ ଟଙ୍କାରୁ ମହାବିଦ୍ୟାଳୟ ର ଗରିବ ମେଧାବୀ ଛାତ୍ର ଛାତ୍ରୀ ଙ୍କ ବୃତ୍ତି ଓ କ୍ରୀଡା ପୁରସ୍କାର ପାଇଁ ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ମହାବିଦ୍ୟାଳୟ କୁ ସରକାରୀ କରିବା ଓ ବିଭିନ୍ନ ଦାବି ନେଇ ଛାତ୍ର ସଂସଦ ପକ୍ଷରୁ ବିଧାୟକ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସନ୍ଧ୍ୟାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା ।

ad-week
Leave A Reply

Your email address will not be published.