
ଚିକିଟୀ : ଏହି ବ୍ଲକରେ ଆଜି ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ବିଡ଼ିଓ ଲକ୍ଷ୍ମଣ ଚରଣ ସୋରେନ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ସକାଶେ ଯନ୍ତ୍ରୀ ଉଦୟନାଥ ପ୍ରଧାନ,ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଗୀତାଞ୍ଜଳି ପାଣିଗ୍ରାହୀ, ସ୍ଥାନୀୟ ତହସିଲଦାର ବିଶ୍ବରଂଜନ କହଁର ଓ ସ୍ଵାସ୍ତ୍ୟ ଅଧିକାରୀ ପୁରଂଜିତ ପାତ୍ର ପ୍ରମୁଖ ଯୋଗଦାନ କରି ପ୍ରଧାନମନ୍ତ୍ରୀ ଙ୍କ ପ୍ରେରଣାରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଖୋର୍ଦ୍ଧା ଠାରେ ଅନୁଷ୍ଠିତ ହୋଇଥିବା ବିକଶିତ ଗାଁ ବିକଶିତ ଓଡିଶା ରୂପାନ୍ତିକରଣ କାର୍ଯ୍ୟକ୍ରମ କୁ ଆଭାସୀ ମାଧ୍ୟମରେ ଦେଖିଥିଲେ। ଉକ୍ତ କାର୍ଯ୍ୟକ୍ରମ ଓ ବିକାଶ ସକାଶେ ମୁଖ୍ୟ ମନ୍ତ୍ରୀଙ୍କ ଅଭିଭାଷଣ ଅତି ଗୁରୁତ୍ଵ ଓ ସ୍ୱାଗତ ଯୋଗ୍ୟ ଥିଲା। ଏହାଙ୍କୁ ଠିକ ଭାବରେ କାର୍ଯ୍ୟକାରୀ ଚିକିଟୀ ବ୍ଲକର ସମସ୍ତ ଗ୍ରାମକୁ ବିକାଶ ର ଧାରରେ ଯୋଗ କରି ଓଡ଼ିଶାରେ ଏକ ନମ୍ବର ବ୍ଲକ କରିବା ବୋଲି ପ୍ରତିଶୁତି ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ମଞ୍ଚକୁ ସୁଚାରୁ ରୂପେ ପରିଚାଳନା ଓ ଧନ୍ୟବାଦ ଅର୍ପଣ ବ୍ଲକ ଲେଖାଛାପା ଅଧିକାରୀ ସୁରେଶ କୁମାର ବେହରା କରିଥିବା ବେଳେ ବ୍ଲକର ସମସ୍ତ ଅଫିସ କର୍ମଚାରୀଙ୍କ ସହଯୋଗରେ ସଫଳ ରୂପାୟନ ହୋଇଥିଲା।