ଆସିକାରେ ଜବର ଦଖଲ ଉଚ୍ଛେଦ ପାଇଁ ରାଜସ୍ୱ ବିଭାଗ ନୋଟିସ ଦେବାରେ ବଡ଼ ମାହିର….!

add-all

ଜବର ଦଖଲ ଯୋଗୁଁ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗମନା ଗମନର ମୁଖ୍ୟ କେନ୍ଦ୍ର ସ୍ଥଳୀ ହେଉଛି,ଆସିକା ସହର । ଆସିକା ସହରର ବଜାର ସାହି ଓ ଅଶୋକ ସିନେମା ହଲ ରାସ୍ତା ଦେଇ ଲକ୍ଷ୍ମୀ ବଜାର ଏବଂ ବଷ୍ଟାଣ୍ଡ ଯିବାକୁ ଏକ ବିକଳ୍ପ ରାସ୍ତା। ଅଶୋକା ସିନେମା ହଲ ଠାରୁ ବିନାୟକ ବଜାର ରେ ପ୍ରତିଦିନ ଟ୍ରାଫିକ ଜାମରେ ସ୍କୁଲ, କଲେଜ ଯାଉଥିବା ଛାତ୍ର ଛାତ୍ରୀ ଓ ବିଭିନ୍ନ କାର୍ଯ୍ୟାଳୟ କୁ ଯାଉଥିବା ଜନସାଧାରଣ ଅସୁବିଧା ର ସମ୍ମୁଖୀନ ହୁଅନ୍ତି। ସୋନା ମିଞ୍ଚିନ ଟାଉନହଲ ଠାରେ ପରିବା ହାଟ ବସୁଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଦୈନନ୍ଦୀନ ଲାଗିରହେ। ଏହି ଦୁଇ ପ୍ରମୁଖ ରାସ୍ତାରେ ଥିବା ଉଭୟ ପାର୍ଶ୍ଵରେ ଦୁଇ ଚକିଆ ବାଇକ ରହିବା ଫଳରେ ମଧ୍ୟ ଟ୍ରାଫିକ ଅବସ୍ଥା ଲାଗିରହେ। ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବାରମ୍ବାର ଜବର ଦଖଲ ପାଇଁ ରାଜସ୍ୱ ବିଭାଗ କୁ ପତ୍ର ଲେଖି ଚୁପଚାପ ବସି ରହୁଥିବାର ନଜିର ରହିଛି। ରାଜସ୍ୱ ବିଭାଗ କେବଳ ଧର୍ମକୁ ଆଖିଠାର ଭଳି କିଛି ବଡ଼ ବଡ଼ ବ୍ୟବସାୟୀ ମାନଙ୍କୁ ନୋଟିସ ଜବର ଦଖଲ ଉଚ୍ଛେଦ ପାଇଁ ଦିଆଯାଏ। ଲେଖା ଛିଡିବା ପରେ ଦେଇଥିବା ନୋଟିସ କେବଳ କାଗଜ କଲମରେ ରହିଯାଏ ବୋଲି ଚର୍ଚ୍ଚା ମଧ୍ୟ ହୁଏ। ଜବର ଦଖଲ ଉଚ୍ଛେଦ ବେଳେ ସ୍ଥାନୀୟ ରାଜନେତା ମାନଙ୍କ ନିର୍ଦ୍ଧେଶ କୁ ବାବୁ ମାନେ ଅକ୍ଷର ଅକ୍ଷର ରେ ପାଳନ କରିବାର ବି ନଜିର ରହିଛି। ଗତ କିଛି ଦିନ ହେଲା ଆସିକା ଅଞ୍ଚଳର କିଛି ବ୍ୟବସାୟୀ ମାନଙ୍କୁ ନେତାଙ୍କ ନିର୍ଦ୍ଧେଶ ରେ ବାରମ୍ବାର ନୋଟିସ ଦିଆଯାଉଥିବା ଆଲୋଚନା ହେଉଛି। ଜବର ଦଖଲ ଉଚ୍ଛେଦ ନାମରେ ନୋଟିସ ଦେବା ପରେ ବଡ଼ ଡ଼ିଲ ହେଉଥିବା ଯୋଗୁଁ ଉଚ୍ଛେଦ କାର୍ଯ୍ୟକ୍ରମ ସ୍ଥଗିତ ହେଉଥିବା ନେଇବି ଚର୍ଚ୍ଚା ହେଉଛି। ଆସିକା ରେ ଲାଗିରହିଥିବା ଟ୍ରାଫିକ ଜାମ ପାଇଁ ବାବୁ ମାନଙ୍କ ଇଚ୍ଛା ଶକ୍ତିର ଅଭାବ ନା ସାଇ ଲେନ୍ସ ପ୍ଲିଜ ବୋଲି ଏବେ ଆଲୋଚନା ର ବିଷୟ ହୋଇଛି।

ad-week
Leave A Reply

Your email address will not be published.