କଷ୍ଟ ସହି ନ ପାରି ମେଡିକାଲ ଛାତରୁ ଡେଇଁ ଜୀବନ ହାରିଲେ ରୋଗୀ

add-all

ଆନନ୍ଦପୁର : କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଡାଇଲେସିସ କଷ୍ଟ ସହି ନ ପାରି ଜଣେ ରୋଗୀ ମେଡିକାଲ ଛାତ ଉପରୁ ଡେଇଁ ଜୀବନ ହାରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ହେଲା କଣ୍ଟିପାଳ ମଠସାହି ଗାଁର ବିଜୟ ବେହେରା କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ଡାଇଲେସିସ ହେଉଥିଲେ।

ହେଲେ ଦିନକୁ ଦିନ ପରିବାର ପରିସ୍ଥିତି ସହିତ ରୋଗ କଷ୍ଟ ଅସହନୀୟ ହୋଇପଡିଥିଲା। ଗୁରୁବାର ବିଜୟ ମେଡିକାଲକୁ ଡାଇଲେସିସ ହେବା ପାଇଁ ଆସିଥିଲେ। ହେଲେ ମେଡିକାଲର କୌଣସି କର୍ମଚାରୀ ଆସି ନ ଥିଲେ। ଏହାର ସୁଯୋଗ ନେଇ ବିଜୟ ତାଙ୍କ ସ୍ତ୍ରୀଙ୍କୁ ଜଳଖିଆ ଆଣିବାକୁ ପଠାଇ ଥିଲେ। ପରେ ସେ ଛାତ ଉପରୁ ଯାଇ ତଳକୁ ଡେଇଁ ପଡିଥିଲେ। ବିଜୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଚିକିତ୍ସା କରାଯାଉଥିଲା। ସେତିକିବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ad-week
Leave A Reply

Your email address will not be published.