ବଦଳିବ ଭୂମିହୀନଙ୍କ ସଂଜ୍ଞା: ରାଜସ୍ବ ମନ୍ତ୍ରୀ

add-all

ଭୁବନେଶ୍ବର: ଓଡ଼ିଶା ସରକାର ଲ୍ୟାଣ୍ଡ ସେଟଲମେଣ୍ଟ ଆକ୍ଟ ଅନୁସାରେ ଭୂମିହୀନମାନଙ୍କ ପାଇଁ ଘର ତିଆରି ଲାଗି ୪ ଡ଼ିସିମିଲ ଜାଗା ଦେବେ।
ଉତ୍ତରାଧିକାରୀ ସୂତ୍ରରେ ଯେଉଁମାନଙ୍କର ୪ ଡିସିମିଲରୁ କମ୍ ଜମି ଥିବ ସେଭଳି ଲୋକଙ୍କୁ ଭୂମିହୀନ ଭାବେ ଗ୍ରହଣ କରାଯିବ। ଆଉ ୪ ଡିସିମିଲିରୁ ଯେତେ କମ୍ ଜାଗା ଥିବ ସେତିକି ଜାଗା ସେମାନଙ୍କୁ ଦିଆଯିବ।
ଯେଉଁ ହିତାଧିକରୀମାନଙ୍କ ପାଖରେ କମ୍ ଜମି ଅଛି ଓ ସରକାରଙ୍କ ଠାରୁ ସେମାନେ ଜମି ଆଶା କରୁଛନ୍ତି।ପ୍ରଥମେ ନିଜ ନାଁରେ ଥିବା ଜମି ରାଜସ୍ବ ବିଭାଗକୁ ହସ୍ତାନ୍ତର କରିଦିଅନ୍ତୁ । ଯାହା ବଦଳରେ ନିର୍ଦ୍ଧିଷ୍ଟ ଓ ଏକ ଗ୍ରହଣୀୟ ଜାଗାରେ ଏକାଠି ୪ ଡିସିମିଲ ଜାଗା ଦେଇଦେବୁ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ବସୁନ୍ଧରା ଯୋଜନାରେ ପାଉଥିବା ଜାଗାକୁ ପୂର୍ବରୁ ବିକ୍ରି( ଟ୍ରାନ୍ସଫରେବୁଲ୍) କରିହେଉଥିଲା। ଯାହାକୁ ଆବଶ୍ୟକ ପଡ଼ିଲେ ହିତାଧିକାରୀ ବିକ୍ରି କରି ପୁଣି ଭୂମିହୀନ ହେଇ ସରକାରଙ୍କ ଠୁଁ ଜମି ନେବା ପାଇଁ ଆଶାୟୀ ହୋଇ ରହୁଥିଲେ। କିନ୍ତୁ ଏବେ ଏହା ଆଉ ବିକ୍ରି କରିହେବନି। ତାହା କେବଳ ଉତ୍ତରାଧିକାରୀଙ୍କ ଖାତାରେ ଚଢ଼ିବ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ad-week
Leave A Reply

Your email address will not be published.