
ମାଲକାନଗିରି : ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ସୂଚନା ଅନୁଯାଇ ମାଲକାନଗିରି ବ୍ଲକସ୍ଥ ଚାଲାଣଗୁଡା ପଞ୍ଚାୟତ ଏମଭି ୧ଗ୍ରାମ କୁ ଗତ ୨୯ ତାରିଖରେ ସୁଶୀଲ ସରକାର (୬୨)ଙ୍କ ଘରେ ଦୁଇଜଣ ଠକ ପହଁଚି ପୁରୁଣା ସୁନା, ରୁପା ଅଳଙ୍କାର ମରାମତ ଓ ସଫା କରିଦେବା ପାଇଁ କହିଥିଲେ। ସୁଶୀଲ ସରକାର ଘରେ ଥିବା ଏକ ୮ଗ୍ରାମର ପୁରୁଣା ସୁନା ଚେନ ସଫା କରିବା ପାଇଁ ସେମାନଙ୍କୁ ଦେଇ ଥିଲେ। ତେବେ ଏହି ସମୟରେ ଠକ ମାନେ ଚେନ ଟିକୁ ଏକ ଡ଼ବା ରଖି କିଛି ତରଳ ଦ୍ରବ୍ୟ ପକାଇ ଥିଲେ, ଯାହା ଫଳରେ ହଟାତ ଧୂଆଁ ଘରଟି ଧୂଆଁ ମୟ ହେବାରୁ କହାକୁ କିଛି ଦେଖା ଯାଇ ନଥିଲା। ଏହାର ସୁଯଗ ନେଇ ଠକ ମାନେ ସୁନା ଚେନ ବଦଳରେ ଏକ କାଗଜରକୁ ଗୁଡାଇ ସେଥିରେ ଚେନ ଅଛି ଏବଂ ଏହାକୁ ଅଧଘଂଟା ପରେ ଖୋଲିବ କହି ପଳାଇ ଯାଇଥିଲେ। କିଛି ସମୟ ପରେ ସୁଶୀଲ ଓ ତାଙ୍କ ପରିବାର ଉକ୍ତ କାଗଜ ପୁଡିଆ ଖୋଲି ଦେଖିବାରୁ ସେଥିରେ ହଳଦୀ ଗୁଣ୍ଡ ଓ କିଛି ଧଳା ପାଉଡ଼ର ଥିଲା। ଏସମ୍ପର୍କରେ ସୁଶୀଲ ମାଲକାନଗିରି ଥାନାରେ ଏତଲା ଦେଵାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଗତ ୪ତାରିଖ ଦିନ ଉକ୍ତ ଦୁଇ ଠକ କାଲିମେଳା ଥାନା ଅନ୍ତର୍ଗତ ଏମପିଭି ୧୧ ଗ୍ରାମରେ ଥିବା ଏକ ଦୋକାନରେ ଜଳଖିଆ ଖାଉଥିବାର ଖବର ପାଇ ମାଲକାନଗିରି ଥାନା ପୁଲିସ ପହଁଚି ଉଭୟଙ୍କୁ ଗିରଫ କରିଥିଲା। ଉଭୟଙ୍କ ନିଜ ଘର ବିହାର ରାଜ୍ୟ ସାପୁଲ ଜିଲ୍ଲାରେ ହୋଇଥିବା ବେଳେ ସେମାନେ ହେଲେ ବିଜୟ ସା (୩୮)ଓ ଚନ୍ଦନ କୁମାର ସା (୪୬)। ଉଭୟ ଚୋରୀ ସୁନକୁ ତରଲାଇ ଜୟପୁରରେ ବିକ୍ରୟ କରିଥିବା ବେଳେ ପୁଲିସ ସୁନାକୁ ଉଦ୍ଧାର କରିବା ସହ ଦୁଇ ଠକଙ୍କୁ ଆଜି କୋର୍ଟ ଚାଲାଣ କରିଛି।