
ମାଲକାନଗିରି,୬।୨ : ମାଓ ସଂଗଠନକୁ ଦୀର୍ଘ ଦିନ ଧରି ସହଯୋଗ କରିବା ସହ ଆଇଇଡି ବିସ୍ଫୋରଣରେ ଜଡିତ ଥିବା ୫ ଜଣକୁ ଗିରଫ କରିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଂକେର ପୁଲିସl ସୂଚନା ଅନୁଯାଇ ଛତିଶଗଡର କାଂକେର ଜିଲ୍ଲାର କୋୟଲିବେଡା ଥାନା ଅନ୍ତର୍ଗତ ହେଟାରକସା, ଗୋନ୍ଦୁଲ ଏବଂ ଆଲପରସ ଅଂଚଳରେ ଗ୍ରାମବାସୀ ଭେଷଭୁଷା ରେ କିଛି ସନ୍ଦିଗ୍ଧ ବ୍ୟକ୍ତି ବୁଲିଥିବା ସେଠାକାର ଗ୍ରାମବାସୀଙ୍କ ଠାରୁ ଖବର ମିଳିବା ପରେ ସୁରକ୍ଷାକର୍ମୀର ଏକ ଦଳ ଖବର ମୁତାବକ ହେଟାରକସା, ଗୋନ୍ଦୁଲ ଏବଂ ଆଲପରସ ଅଞ୍ଚଳରେ ପହଂଚି ପାଞ୍ଚ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଘେରାବନ୍ଦୀ କରି ଧରି ପଚାରାଉଚାରା କରିଥିଲେl ପରେ ସେମାନେ ମାଓ ସହଯୋଗୀ ହୋଇଥିବା ସ୍ୱୀକାର କରିବା ପରେ ୫ ଜଣକୁ ଗିରଫ କରିଥିଲେ l ଏହି ପାଞ୍ଚ ଜଣ ୧୫-୧୨-୨୦୨୪ ହେଟାରକସା ଗ୍ରାମ ନିକଟରେ ସୁରକ୍ଷା କର୍ମୀ ମାନେ ମାଓ ଦମନ ଅଭିଯାନରେ ତାଲାସୀ କରିବା ସମୟରେ ମାଓବାଦୀ ମାନେ ଆଇଇଡି ବିସ୍ଫୋରଣ କରିଥିଲେl ଏହି ଆଇଇଡି ବୋମା ଖଞ୍ଜିବାରେ ପାଞ୍ଚ ଜଣ ଜଡିତ ଥିବା ସ୍ୱୀକାର କରିଥିବା କାଂକେର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛିl ଗିରଫ ମାଓ ସହଯୋଗୀ ହେଲେ ବିଧୁରାମ କୱାଚି, ବୀରେନ୍ଦ୍ର ଉସେଣ୍ଡି, ସୁରେଶ କୁମେଟି, ବାଲାସିଂ ନୱଗୋ, ଦଶରଥ ନୱଗୋ ଗିରଫ ପାଞ୍ଚ ଜଣ କୋୟଲିବେଡା ଥାନ ହେଟାରକସା ଗ୍ରାମର ବାସିନ୍ଦା ହୋଇଥିବା ଜଣାପଡିଛିl ସେହିଭଳି ମାଓ ପ୍ରଭାବିତ ଦାନ୍ତେୱାଡା ଜିଲ୍ଲାରେ ୫ଜଣ ମହିଳା ମାଓବାଦୀ ଏବଂ ଜଣେ ପୁରୁଷ ମାଓବାଦୀ ଲୋନ ୱାରାଟୁ ଅଭିଯାନରେ ପ୍ରଭାବିତ ହୋଇ ମାଓ ସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତିl ଆତ୍ମ ସମର୍ପଣ କରିଥିବା ମାଓବାଦୀମାନେ ହେଲେ ମିଲିସିୟା କମାଣ୍ଡର ହରେନ୍ଦ୍ର କୁମାର ମାଣ୍ଡବି, ମିଲିସିୟ ସଦସ୍ୟା ଆୟତେ ମୁଚାକି, ସିଏନଏମ ସଦସ୍ୟା ଜିମ୍ମେ କୋରାମ, ଡିଏକେଏମଏସ ସଦସ୍ୟା ହୁଙ୍ଗୀ ସୋଡି, ଡିଏକେଏମଏସ ଉପାଧକ୍ଷ ହିଡ଼ମେ ମରକାମ, କେଏଏମଏସ ସଦସ୍ୟା ଯୋଗୀ ସୋଡି l ୬ଜଣ ମାଓବାଦୀମାନେ ଦାନ୍ତେୱାଡା ଡିଆରଜି କାର୍ଯ୍ୟଳୟରେ ମାଓ ସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି l ସମସ୍ତଙ୍କୁ ଆତ୍ମସମର୍ପଣ ନୀତି ଅନୁଯାଇ ସମସ୍ତ ପ୍ରକାର ସରକାରୀ ସୁବିଧା ଆଗାମୀ କିଛି ଦିନ ମଧ୍ୟରେ ଯୋଗାଇ ଦିଆଯିବ ନେଇ ଦାନ୍ତେୱାଡା ପୁଲିସ ପକ୍ଷରୁ କୁହାଯାଇଛି l