
ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ରହିଥିଲେ ବି ସେଥି ଅନୁଯାୟୀ ଚିକିତ୍ସା ପଦ୍ଧତିକୁ ଆଧୁନିକିକରଣ କରା ନ ଯିବା ଯୋଗୁଁ ଚିକିତ୍ସା ନ ପାଇ ଅନେକ ସମୟରେ ପଶୁଙ୍କର ଅକାଳ ମୃତ୍ୟୁ ଘଟୁଛି l ସୂଚନା ଯୋଗ୍ୟ ଯେ, ବ୍ରହ୍ମପୁର ଜାତୀୟ ରାଜପଥରେ ଥିବା ଗଞ୍ଜାମ ଢ଼ାବା ନିକଟରେ ଏକ ଷଣ୍ଢ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଦୀର୍ଘ ସମୟରୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ପ୍ରାଣୀ ଚିକିତ୍ସାଳୟ ତା’ର ଚିକିତ୍ସା କରିପାରୁନାହାନ୍ତି l ପଶୁ ସହାୟକ ଟୋଲ ଫ୍ରି ନମ୍ବର ୧୯୬୨ କୁ ସମାଜସେବୀ ମନୋଜ ତରାଇ ଫୋନ କରିବାରୁ କିଛି ସମୟରେ ଆମ୍ବୁଲାନ୍ସ ପହଁଚିଲା ସତ ହେଲେ ଆମ୍ବୁଲାନ୍ସ କର୍ମୀ ମାନେ ଅଧିନିକ ବ୍ୟବସ୍ଥା ନ ଥିବା ହେତୁ ଷଣ୍ଢ ଟିକୁ ଆୟତ୍ତ କରି ନ ପାରି ଫେରିଯାଇଥିଲେ ଏବଂ ପରେ ଶ୍ରୀଯୁକ୍ତ ତରାଇ ଅଗ୍ନି ନିର୍ବାହ ସହାୟ କେନ୍ଦ୍ରକୁ ମଧ୍ୟ ଯୋଗାଯୋଗ କରିଥିଲେ ବି ତାଙ୍କ ଠାରୁ ମଧ୍ୟ କୌଣସି ସହାୟ ନ ପାଇ ନିରାଶ ହେଲେ, ଫଳରେ ଷଣ୍ଢ ଟିର ବର୍ତମାନ ସୁଦ୍ଧା ଚିକିତ୍ସା ଆରମ୍ଭ ହୋଇପାରିନାହିଁ l ଦୁର୍ଭାଗ୍ୟର କଥା ବ୍ରହ୍ମପୁର ଭଳି ମହାନଗର ନିଗମରେ ପଶୁ ଚିକିତ୍ସାଳୟରେ ଅଧିନିକ ଲିଫ୍ଟ ବ୍ୟବସ୍ଥା ଓ ପଶୁ ଆୟତ୍ତ ପାଇଁ ମେସିନ ନଥିବାରୁ ଏଭଳି ବହୁ ପଶୁଙ୍କୁ ଚିକିତ୍ସା ହୋଇପାରୁନାହିଁ ବୋଲି ପଶୁ ପ୍ରେମୀ ଶ୍ରୀଯୁକ୍ତ ତରାଇ ଅଭିଯୋଗ କରିଛନ୍ତି l ଏଥି ପୂର୍ବରୁ ପଶୁ ଚିକିତ୍ସାଳୟରେ ଇଣ୍ଡୋର ବିଭାଗ ଓ ଆଧୁନିକ ଚିକିତ୍ସା ବ୍ୟବସ୍ଥା କାର୍ଯ୍ୟକାରୀ ଓ ସରକାରୀ ଯୋଗାଣ ଔଷଧ, ଇଞ୍ଜେକ୍ସନ, ସାଲାଇନ ଆଦିର ବାଟ ମାରଣା ରୋକିବା ନିମନ୍ତେ ବାରମ୍ବାର ଶ୍ରୀଯୁକ୍ତ ତରାଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l