ଠିପି ବନ୍ଦ ବିଦେଶୀ ମଦ ଦୋକାନ ବନ୍ଦ ଥିବା ବେଳେ ସହରକୁ ପେଟିପେଟି ମଦ ଆସୁଛି କେଉଠୁଁ ?

youtube

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକରେ ଗତ ମାର୍ଚ୍ଚ ମାସରୁ ଅଧିକାଂଶ ବିଦେଶୀ ମଦ ଦୋକାନ ବନ୍ଦ ରହିଛି MG ବକେୟା ଟଙ୍କା ପାଇଁ ଜିଲ୍ଲାର ବହୁ ବିଦେଶୀ ଠିପି ବନ୍ଦ ମଦ ଦୋକାନ ବନ୍ଦ ରହିଛି। ଜିଲ୍ଲାର କୋଣ ଅନୁକୋଣ ରେ ଅବାଧରେ ବିଦେଶୀ ମଦ ବିକ୍ରି ହେଉଛି। ଯଦି ଅଧିକାଂଶ ବିଦେଶୀ ମଦ ଦୋକାନ ବନ୍ଦ ରହି ଥିଲେ ବି ଏତେ ପରିମାଣର ବିଦେଶୀ ମଦ ଆସୁଛି କୁଆଡୁ ବୋଲି ଚର୍ଚ୍ଚା ହେଉଛି। ଅବକାରୀ ବିଭାଗ ର ବାବୁ ମାନେ ଅଫିସ ରେ ରହି ତଳୁଆ କର୍ମଚାରୀ ମାନଙ୍କ ଜରିଆରେ ମାସିଆରି ଆଦାୟ କରି ଚୁପଚାପ ବସୁଥିବା ଯୋଗୁଁ ଏଭଳି ଚୋରା ମଦ ବିକ୍ରି ହେଉଥିବା ଚର୍ଚ୍ଚାର ବିଷୟ ହୋଇଛି। ଜିଲ୍ଲାରେ ଥିବା ଅବକାରୀ ବିଭାଗ କାର୍ଯ୍ୟାଳୟ ଗୁଡ଼ିକରେ ଉପରୁ ନିର୍ଦ୍ଧେଶ ଆସିଲେ କାଁ ଭାଁ ଚଢ଼ାଉ କରି ବାବୁ ମାନେ ଫୋଟ ପୋଜ ଦେଇ ନିଶ ରେ ଘିଅ ମାରି ବୁଲୁଥିବା ଆଲୋଚନା ହେଉଛି। ଚିକିଟି ମଦ ମୃତ୍ୟୁ ପରେ ଏବେ ବି ଜିଲ୍ଲାରେ ଯେଉଁ ଭଳି ଭାବେ ଚୋରା ଦେଶୀ ମଦ ପ୍ରସ୍ତୁତ ହେଉଥିଲା ସେଭଳି ପୁଣି ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି। ଯେଉଁ କେତୋଟି ଠିପି ବନ୍ଦ ବିଦେଶୀ ମଦ ଦୋକାନ ରହିଛି। କେବଳ କାଗଜ କଲମରେ ଠିପି ବନ୍ଦ ଲାଇସେନ୍ସ ଥିବା ବେଳେ ଓପେନ ବାର ଭଳି ଖୋଲା ବିଦେଶୀ ମଦ ଅବାଧ ରେ ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଗୁପ୍ତ ଗୋଦାମ ଗୁଡ଼ିକରେ ନକଲି ବିଦେଶୀ ମଦ ମହଜୁଦ ରହୁଥିବା ଚର୍ଚ୍ଚା ହେଲେବି ବାବୁ ମାନେ ଚଢ଼ାଉ କରୁନାହାନ୍ତି। ସରକାରଙ୍କ ନିର୍ଦ୍ଧେଶ ପ୍ରକାରେ ଦେଶୀ ମଦ ଭାଟି ଓ ବିଦେଶୀ ମଦ ଦୋକାନ ରେ ଲାଗିଥିବା ସିସି ଟିଭି କେମେରା କାର୍ଯ୍ୟକ୍ଷମ ଅଛି ନା ନାହିଁ ତାହା ତଦନ୍ତ ସାପେକ୍ଷ। ଯଦି ସିସି ଟିଭି କେମେରା ଚାଲିଲେ ବାବୁ ମାନଙ୍କ କାରନାମା ସବୁ ଜଣାପଡିବ ସେଥିପାଇଁ ସବୁ ସିସି କେମେରା ସବୁବେଳେ ଅଚଳ ଥିବା ଆଲୋଚନା ହେଉଛି। ମଦ ଦୋକାନ ନିକଟରେ ଥିବା ଅନ୍ୟ ସିସି କେମେରା କୁ ପରଖିଲେ ଦୋକାନ ଗୁଡ଼ିକରେ ଚାଲିଥିବା କାରନାମାର ଅସଲ ମୁଖା ଖୋଲି ପାରିବ। ଚିକିଟି ମଦ ମୃତ୍ୟୁ ପରେ ବିଭାଗୀୟ ମନ୍ତ୍ରୀଙ୍କ ଆଦେଶ ଓ କାର୍ଯ୍ୟାନୁଷ୍ଠାନ ଏବେ ନାଲି ଫିତା ତଳେ ରହିଯାଇଥିବା ଆଲୋଚନା ହେଉଛି। ଆଉ ଗୋଟେ ମଦ ମୃତ୍ୟୁ ଅପେକ୍ଷା ରେ ଅବକାରୀ ବିଭାଗ ରହିଛି କି….?

Leave A Reply

Your email address will not be published.