ଶାସକଦଳର ଆକ୍ସନ ମୁଡ଼ କେବଳ କାଗଜ କଲମରେ ସୀମିତ…!

add-all

ବ୍ରହ୍ମପୁର: ରାଜ୍ୟରେ ନୂତନ ସରକାର ଆସିବା ପରେ ଆକ୍ସନ ମୁଡ଼ରେ ବିଭାଗୀୟ ମନ୍ତ୍ରୀ ଠାରୁ ବିଧାୟକ ମାନେ ବୋଲି ରୀତିମତ ଖବର କାଗଜ ରେ ପ୍ରକାଶ ହେଉଛି। ହେଲେ ପୂର୍ବ ଭଳି ଲୋକେ ଯେଉଁ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବେ ଡ଼ବଲ ଇଞ୍ଜିନ ସରକାର ରେ ଡ଼ବଲ ହଇରାଣ ହରକତ ହେଉଥିବା ଅଭିଯୋଗ ହେଲାଣି। ଏବେବି ଅଫିସର ରାଜ ରହିଛି। ସ୍ଥାନୀୟ ନେତାଙ୍କ ସବୁ କ୍ଷେତ୍ରରେ ପିସି ଯୋଗୁଁ ଆଜି ବାବୁ ମାନେ ବୋଲ ମାନୁନଥିବା ଚର୍ଚ୍ଚା ହେଉଛି। ବାବୁ ମାନେ ପିସି ଦେବା ଫଳରେ ସବୁ ଉନ୍ନୟନ କାର୍ଯ୍ୟକ୍ରମ ଗୁଡ଼ିକ ରେ ଦୁର୍ନୀତି ଏବେ ଚରମ ସୀମାରେ ପହଁଞ୍ଚି ଥିବା ସାଧାରଣ ରେ ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାରେ ଦୀର୍ଘ ଦିନ ପରେ କ୍ଷମତା ଠାରୁ ଦୂରରେ ଥିବା ଓ ପ୍ରଥମ ଥର କ୍ଷମତା କୁ ଆସିଥିବା ନେତାଙ୍କ ଭାଉ ଅଧିକ ମାତ୍ରାରେ ବଢ଼ିଥିବା ଯୋଗୁଁ ସାଧାରଣ ଲୋକେ ଅସୁବିଧା ର ସମ୍ମୁଖୀନ ହେଉଥିବା ଆଲୋଚନା ହେଉଛି।ବିଜେଡ଼ି ସରକାର ସମୟରେ ବାବୁ ମାନଙ୍କ ରାଜ ଥିଲେବି ଅଫିସ ଗୁଡ଼ିକରେ ଲୋକଙ୍କ କାମ ସ୍ୱଳ୍ପ ସମୟରେ ହେଉଥିଲା। ଏବେ କେବଳ ଆକ୍ସନ ମୁଡ଼ ରେ ନେତାଙ୍କ ଠାରୁ ମନ୍ତ୍ରୀ ମାନେ ରହିଯିବା ଫଳରେ ଏଭଳି ପରିସ୍ଥିତି ଉପୁଜିଥିବା ଚର୍ଚ୍ଚା ହେଲାଣି। ଦଳ ମୁଖିଆଙ୍କ ତାଗିତ ରେ ନାଁ ବାବୁ ନାଁ ନେତା କିଏବି ମାନୁନଥିବା ଯୋଗୁଁ ଲୋକେ ଗୁହାରି କହିବେ କାହାକୁ….?

ad-week
Leave A Reply

Your email address will not be published.