କନ୍ଧମାଳରେ ଆଉ ଏକ ଦାଦନ ଯନ୍ତ୍ରଣା : ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ

add-all

ବାଲିଗୁଡା : ରାଜ୍ୟରେ ସରୁନି ଦାଦନ ଯନ୍ତ୍ରଣା । କାମ ପାଇବା ଆଶାରେ ରାଜ୍ୟ ବାହାର କୁ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଇ ଅକାଳରେ ଚାଲି ଯାଉଛି ଜୀବନ। ଗଲାବେଳେ ସୁସ୍ଥ ସବଳ ଶରୀର ନେଇ ଯାଉଛନ୍ତି, କିନ୍ତୁ ଫେରିବା ବେଳକୁ ଶବ ହୋଇ ଫେରୁଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମି8ଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ । ସୂଚନାଯୋଗ୍ୟ ଯେ, ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟତ ଅନ୍ତର୍ଗତ ପର୍ଡାକିଆ ଗ୍ରାମର ଆଦିବାସୀ ଯୁବକ ହେରଦ ପ୍ରଧାନ ଅନ୍ୟ ଦୁଇଜଣ ସାଙ୍ଗ ନିଜ ଅଞ୍ଚଳରେ କାମ ନମିଳିବାରୁ ପରିବାର ପ୍ରତିପୋଷଣ ନିମନ୍ତେ ଦାଦନ ଖଟିବାକୁ ଗତ ସେପ୍ଟେମ୍ବର ମାସରେ କେରଳ ଯାଇଥିଲେ। ସେଠାରେ ତ୍ରିଶୂର ଜିଲ୍ଲାସ୍ଥିତ ଅଟପାଲମ କ୍ରସର କମ୍ପାନୀରେ କାଯ୍ୟ କରୁଥିବା ସମୟରେ ପଥର ଗୁଣ୍ଡରେ ପୋତି ହୋଇଯାଇଥିଲେ ୨୫ ବର୍ଷୀୟ ହେରଦ। କିଛି ସମୟ ପରେ ଖୋଜାଖୋଜି କରିବାରୁ ଜଣାପଡିଥିଲା ଯେ ପଥର ଗୁଣ୍ଡରେ ପୋତି ହୋଇ ତାଙ୍କ ଜୀବନ ଚାଲିଯାଇଥିଲା। ଏହା ପରେ କମ୍ପାନୀ ପକ୍ଷରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ସେଠାରେ ତାଙ୍କର ଶବ ବ୍ୟବଚ୍ଛେଦ ପରେ କମ୍ପାନୀ ତରଫରୁ ଆମ୍ବୁଲାନ୍ସ ମାଧ୍ୟମରେ ତାଙ୍କ ମୃତ ଶରୀରକୁ ଗ୍ରାମକୁ ପଠାଯାଇଥିଲା। ଅପରପକ୍ଷରେ ବୃଦ୍ଧ ବାପା ମା ଏବଂ ପତ୍ନୀ ଏବଂ ୪ ବର୍ଷର କୁନି ପୁଅ ରୋସନ ପ୍ରଧାନଙ୍କ ସମେତ ସମସ୍ତ ଅଞ୍ଚଳବାସୀ ହେରଦଙ୍କର ମୃତ ଘଟଣା ଶୁଣି ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଏଭଳି ସ୍ଥିତିରେ ତାଙ୍କ ପରିବାରକୁ କିଏ ସାହା ହେବ ବୋଲି ଚିନ୍ତା ବ୍ୟକ୍ତ କରିଛନ୍ତି। ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ପରିବାର ପ୍ରତିପୋଷଣ ନିମନ୍ତେ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ପ୍ରକାଶଥାଉ କି, ଗୁମିକିଆ ପଞ୍ଚାୟତ ପର୍ଡାକିଆରୁ ସେହି କମ୍ପାନୀରେ ରହି ତିନି ଜଣ ଯୁବକ ଏବଂ ପାଖାପାଖି ସେହି ଅଞ୍ଚଳରୁ ଆହୁରି ତିରିଶି ଜଣ ରୁ ଉର୍ଦ୍ଧ ଯୁବକ ଭିନ୍ନ ଭିନ୍ନ ରାଜ୍ୟରେ କାମ କରୁଥିବା ଜଣା ପଡ଼ିଛି । କିନ୍ତୁ ଏଯାବତ ଗ୍ରାମରେ ରୋଜଗାର ପନ୍ଥା ନଥିବାରୁ ବାଧ୍ୟ ହୋଇ ଦାଦନ ଖଟିବାକୁ ଯିବାକୁ ପଡୁଛି ବୋଲି କହିଛନ୍ତି ଅଞ୍ଚଳ ବାସୀ।

ad-week
Leave A Reply

Your email address will not be published.