
ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମସ୍ଥିତ ସାନ୍ଦୀପନି ବିଦ୍ୟାନିକେତନର ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପ୍ରବେଶ ଉତ୍ସବରେ ୨୯ ରୁ ଉର୍ଦ୍ଧ୍ୱ ନୂତନଭାବେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l ଶିଶୁମାନଙ୍କୁ ନେଇ ନୂଆପଡା ଗ୍ରାମର ଶେଷ ମୁଣ୍ଡରେ ଥିବା ନୀଳକଣ୍ଠେଶ୍ଵର ମନ୍ଦିର ଓ ଜଗନ୍ନାଥ ମନ୍ଦିର ଯାଇ ପୂଜାର୍ଚନା କରି ବିଦ୍ୟାଳୟ ସମ୍ମୁଖରେ ପହଂଚିଥିଲେ l ଏବଂ ବିଦ୍ୟାଳୟର ସହସ୍ରାଧିକ ଛାତ୍ରୀଛାତ୍ର ନୂତନ ଶିଶୁ ମାନଙ୍କୁ ସ୍ୱାଗତ ଜଣାଇ ପ୍ରବେଶ କରିଥିଲେ l ଏହି ଅବସର ଉପଲକ୍ଷେ ସାନ୍ଦୀପନି ବିଦ୍ୟାନିକେତନ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା l ଉକ୍ତ ଅନୁଷ୍ଠାନର ପ୍ରଧାନଚାର୍ଯ୍ୟ ବିବେକାନନ୍ଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ସମ୍ପାଦକ ତଥା ନୂଆପଡା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଇ.ସିମାଞ୍ଚଳ, ସଭାପତି ଏସ.ନାଗଭୂଷଣ ପ୍ରମୁଖ ଯୋଗଦେଇ ନୂତନ ଶିଶୁମାନଙ୍କର ଶିକ୍ଷାର କିପରି ଅଗ୍ରଗତି ଘଟିବ ସେ ଉପରେ ଆଲୋଚନା କରିବା ସହିତ ଶିଶୁମାନଙ୍କ ଭବିଷ୍ୟତ ଉଜ୍ଜଳମୟ କାମନା କରିଥିଲେ l ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଆଦର୍ଶ ଗୁରୁମା ରଶ୍ମିରେଖା ପଣ୍ଡା, ବରିଷ୍ଠ ଗୁରୁମା ସସ୍ମିତା ଜେନା, ଭାରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଅଜିତ କୁମାର ପଣ୍ଡା, ଉମାକାନ୍ତ ପାତ୍ର, ରଞ୍ଜନ ବାଡ଼ତ୍ୟା,ସନ୍ତୋଷ ବେହେରା, ଗୁରୁମା ପ୍ରମିତା ପ୍ରଧାନ,ଶିବାନୀ ପ୍ରଧାନ, ଦିବାନି ପ୍ରଧାନ, କିଶୋରୀ ପ୍ରଧାନ, ସଂଯୁକ୍ତା ପ୍ରଧାନ ,ରଶ୍ମିତା କୁଣ୍ଡ, ପୂଜା ଆଚାରୀ, ଲିପ୍ସା ସାହୁ, ପି .ସୋନି, ପ୍ରଭାତୀ ପ୍ରଧାନ ସୁନିତା ବେହେରା ସମେତ ସଂଗେ ସଂଗେ ଗାଡିଚାଳକ ଶିବ କୁମାର ପ୍ରଧାନ, ବାପି ପ୍ରଧାନ,ରବି ପ୍ରଧାନ, ଜି.ଲାଛନା, ଭିକାରି ସେଠୀ, ମହେନ୍ଦ୍ର ବିଷୋୟୀ ଓ ସୁରେଶ ରେଡ୍ଡୀ ପରିଚାଳନା କରିଥିଲେ। ଏହି ଅବସରରେ ସମ୍ପାଦକ ଇପରି ସିମାଞ୍ଚଳ ସମସ୍ତ ନୂତନ ଶିଶୁମାନଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କରିଥିଲେ।