ମାଘ ପୂର୍ଣ୍ଣିମା ପୂର୍ବରୁ ମହାକୁମ୍ଭରେ ପ୍ରବଳ ଭିଡ଼ : ପ୍ରୟାଗରାଜ ସଙ୍ଗମ ଷ୍ଟେସନକୁ ବନ୍ଦ କରାଗଲା

add-all

ପ୍ରୟାଗରାଜ : ମାଘ ପୂର୍ଣ୍ଣିମା ପୂର୍ବରୁ କୁମ୍ଭମେଳାକୁ ଶ୍ରଦ୍ଧାଳୁଙ୍କ ଛୁଅ ଛୁଟିବାରେ ଲାଗିଛି । ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରୟାଗରାଜ ସଙ୍ଗମ ଷ୍ଟେସନକୁ ରବିବାର (ଫେବ୍ରୁଆରି ୯) ଅପରାହ୍ନ ୧ଟା ୩୦ରୁ ବନ୍ଦ ରଖାଯାଇଛି। ଅତୀତରେ ମଧ୍ୟ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ନାନ ପର୍ବ ସମୟରେ ଷ୍ଟେସନକୁ ବନ୍ଦ ରଖାଯାଇଥିଲା। ଫେବ୍ରୁଆରି ୧୨ ତାରିଖରେ ପୂର୍ଣ୍ଣିମା ଥିବା ବେଳେ ୧୧ ତାରିଖରୁ ଏହା ବନ୍ଦ ହେବାର ଥିଲା। ତେବେ ଅତ୍ୟଧିକ ଭିଡ଼ ଯୋଗୁଁ ଆଜିଠାରୁ ଏହାକୁ ବନ୍ଦ କରି ଦିଆଯାଇଛି।

ଯଦି କୁମ୍ଭରେ ଭିଡ଼ ଏଭଳି ଲାଗି ରହେ ତେବେ ପୂର୍ଣ୍ଣିମା ପର୍ଯ୍ୟନ୍ତ ଷ୍ଟେସନ ବନ୍ଦ ରହିପାରେ। ପ୍ରୟାଗରାଜ ସଙ୍ଗମ ଷ୍ଟେସନ କୁମ୍ଭ ଅଞ୍ଚଳଠାରୁ ମାତ୍ର ଏକ କିଲୋମିଟର ଦୂରରେ ଅବସ୍ଥିତ । ଦାରାଗଞ୍ଜ ଏବଂ ପ୍ରୟାଗରାଜ ସଙ୍ଗମ ଦୁଇଟି ପୃଥକ ରେଳ ଷ୍ଟେସନ ଏବଂ ଦାରାଗଞ୍ଜକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି । ପ୍ରୟାଗରାଜ ସଙ୍ଗମ ରେଳ ଷ୍ଟେସନକୁ ଆଜି ଅପରାହ୍ନ ୧ଟାରେ ବନ୍ଦ କରାଯାଇଥିଲା | ପୂର୍ବରୁ ଏହି ଷ୍ଟେସନ ସ୍ନାନ ପର୍ବର ଦୁଇ ଦିନ ପୂର୍ବରୁ ବନ୍ଦ ହେଉଥିଲା | ଆସନ୍ତାକାଲି ସକାଳୁ ଏହା ବନ୍ଦ ହେବାର ଥିଲା, କିନ୍ତୁ ଏବେ ଡିଏମଙ୍କ ନିର୍ଦ୍ଦେଶକ୍ରମେ ଆଜି ଅପରାହ୍ନ ୧ଟାରୁ ଏହାକୁ ବନ୍ଦ କରାଯାଇଛି। କୁମ୍ଭକୁ ଆସୁଥିବା ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ad-week
Leave A Reply

Your email address will not be published.